ଠାକୁରଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ୨୦୨୫/୨୬ ବର୍ଷ ର ମାତୃ ସମ୍ମିଳନୀ l
ଆଠମଲ୍ଲିକ ୧୩/୯ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣ ରେ ୨୦୨୫/୨୬ ବର୍ଷର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସମ୍ମିଳନୀ ରେ ବଇଣ୍ଡା ସଂକୁଳର ପ୍ରଶିକ୍ଷକ ରଜତ କୁମାର ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l ବିଦ୍ୟାଳୟ ର ସ୍ଥାୟୀ ସଭାପତି ଦିବାକର ପ୍ରଧାନ, ସମ୍ପାଦକ ସୁଦର୍ଶନ ବେହେରା, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ଚିତାନନ୍ଦ ଦେହୁରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ l ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଅକ୍ଷୟ କୁମାର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ଉକ୍ତ ସମ୍ମିଳନୀ କୁ ପରିଚାଳନା କରିଥିଲେ l ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଦେହୁରୀ ଉପସ୍ଥିତ ଥିବା ମାଆ ମାନଙ୍କୁ ଶିଶୁର ସର୍ବାଙ୍ଗୀନ ଉନ୍ନତି ଏବଂ ଶୈକ୍ଷିକ ବିକାଶ ରେ ମାଆ ମାନଙ୍କ ର ଭୂମିକା ସମ୍ବନ୍ଧରେ ଆଲୋଚନା କରିଥିଲେ । ବିଦ୍ୟାଳୟ ର ଆଚାର୍ଯ୍ୟ, ଅଚାର୍ଯ୍ୟା ଯଥା ଶ୍ରୀମତୀ ସ୍ନେହଲତା ପ୍ରଧାନ, ଶ୍ରଦ୍ଧାଞ୍ଜଳି ପ୍ରଧାନ, ଜୟପ୍ରଦା ମିଶ୍ର, ଦିପ୍ତିମୟୀ ପଟ୍ଟନାୟକ, ମାନିନୀ ସାହୁ, ସୁଜାତା ସାହୁ, ତରୁଲତା ସାହୁ, ଅମିତା ବିଶ୍ଵାଳ, ଶ୍ରଦ୍ଧାଞ୍ଜଳି ସାହୁ, ସୁଶ୍ରୀ ସୀପ୍ରାସୌମ୍ୟା ବେହେରା, ଲକ୍ଷ୍ମୀପ୍ରିୟା ସାହୁ, ଏବଂ ଜ୍ଞାନେନ୍ଦ୍ର ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ l ସର୍ବ ଶେଷରେ ବିଦ୍ୟାଳୟ ର ବରିଷ୍ଠ ଆଚାର୍ଯ୍ୟ ଗଜାନନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ସମ୍ମିଳନୀ ୧୩୦ ଜଣ ମାଆ ଯୋଗ ଦେଇ କାର୍ଯ୍ୟକ୍ରମ ସାଫଲ୍ୟମଣ୍ଡିତ କରିଥିଲେ”
