୧୦୦‌ କେଭି ବିଦ୍ୟୁତ୍ ଟାନ୍ସଫର୍ମର ବସାଇବାକୁ ଦାବି ।

ରଘୁନାଥପୁର :- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ଏରଡଙ୍ଗା ପଂଚାୟତ ର ୱାର୍ଡ ୧୩ ଓ୧୪ ନମ୍ବର ପାଇଁ ମହାବାତ୍ୟା ସମୟ ରେ ଏରଡଙ୍ଗା ଠାରେ ୬୩ କେଭି ଟ୍ରାନ୍ସଫର୍ମର ସ୍ଥାପନା କରଯାଇଥିଲା ବିଡମ୍ବନା ର ବିଷୟ କି ଦୀର୍ଘ ୨୫ ବର୍ଷ ହେବ ସେ ମେସିନ କୁ ସଠିକ୍ ରୂପେ ରିପେରିଂ ନକରି ତାହାକୁ ବ୍ୟବହାର କରା ଯାଉଛି , ଏବଂ ଲୋ ଭୋଲ୍ଟେଜ୍ ର ଅସୁବିଧା ରେ ରାତି ହେଲେ ବୃଦ୍ଧା ରୋଗୀ , ଛୋଟ ପିଲା ଶାନ୍ତି ରେ ଶୋଇପାରୁ ନାହାନ୍ତି ତାହା ସହ ଛାତ୍ର ଛାତ୍ରୀ ପାଠ ପଢ଼ିବା ପାଇଁ ମଧ୍ୟ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି , ମେସିନ ଖୋଲା ଓ ରାସ୍ତା କଡ ରେ ଥିବାରୁ ଗାଈ ଗୋରୁ ଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଅଛି ,ବାରମ୍ବାର ଏଠି ପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଦ୍ୟୁତ୍ ବିତରଣ ବିଭାଗ କୁ ଅବଗତ କରିଲା ପରେ ମଧ୍ୟ ଏହାର ସମାଧାନ ହେଇପାରୁ ନାହିଁ , ଟିପିସିଓଡିଏଲ ଆସିଲା ପରେ ଅଚାନକ ଭାବେ ମିଟର ୟୁନିଟ ବଢିବା ସହ ବିନା କାରଣ ରେ ମିଟର ଖରାପ କହି ନୂତନ ମିଟର ଲଗାଇ ସାଧାରଣ ଲୋକ ଙ୍କୁ ଶୋଷଣ ହେଉଥିବାର ଅଭିଯୋଗ ହେଉଛି , ଖୁବଶିଘ୍ର ଏରଡଙ୍ଗା ଠାରେ ୬୩ କେଭି କୁ ୧୦୦ କେଭି କୁ ପରିବର୍ତ୍ତନ ନକରିଲେ ବିଦ୍ୟୁତ୍ ବିତରକ ଙ୍କ କାର୍ଯ୍ୟାଳୟ କୁ ତାଲା ପକେଇବା ପାଇଁ ଗ୍ରାମବାସି ମାନେ ସ୍ଥିର କରିଛନ୍ତି , ସୂଚନା ଯୋଗ୍ୟ ସ୍ଥାନୀୟ ଯୁବ ସମାଜସେବୀ ବଳରାମ ଦଳାଇ ଏହି ସମସ୍ୟା ସମ୍ବନ୍ଧରେ ବିଦ୍ୟୁତ୍ ବିଭାଗ ର କନିଷ୍ଠ ଯନ୍ତ୍ରୀ ଙ୍କୁ ଗତ ବର୍ଷ ଠୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ଶକ୍ତି ବିଭାଗ କୁ ଜନ ଅଭିଯୋଗ କରିଛନ୍ତି ଏହାସହ ଏକ୍ସ୍ (ଟୁଇଟ୍) ମଧ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *