ଓଡିଶା ସାମ୍ବାଦିକ ୟୁନିଅନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଓଡିଶା ସାମ୍ବାଦିକ ୟୁନିଅନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଅନୁଗୋଳ, ୧୪|୦୯ : ଓଡିଶା ସାମ୍ବାଦିକ ୟୁନିଅନ ଅନୁବନ୍ଧିତ ଅନୁଗୋଳ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ସ୍ଥାନୀୟ ସଭାଘର ଠାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ବନ୍ଦେ ଉତ୍କଳ ଜନନୀ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିଗଣଙ୍କୁ ପୁଷ୍ପଗୁଚ୍ଛ, ସ୍ମାରକୀ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ୱାଗତ ସମ୍ଭାଷଣ ଅନୁଗୋଳ ଜିଲ୍ଲା ସାମ୍ବାଦିକ ୟୁନିଅନ୍ ସଭାପତି ଅଜିତ କୁମାର ଧର ଦେଇଥିବା ବେଳେ ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ସାମଲ ବିବରଣୀ ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ମନ୍ତ୍ରୀ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ପୂଥିରାଜ ହରିଚନ୍ଦନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପାଲଲହଡା ବିଧାୟକ ଅଶୋକ ମହାନ୍ତି, ନଗରପାଳ ଅକ୍ଷୟ କୁମାର ସାମନ୍ତ ପ୍ରମୂଖ ଉପସ୍ଥିତ ଥିଲେ । ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ସାଧାରଣ ସମ୍ପାଦକ କମ୍ବୁ ପାଣି ମିଶ୍ର ଉତ୍ସବରେ ଯୋଗ ଦେଇଥିଲେ । ନିର୍ଭିକ ନିରପେକ୍ଷ ଭାବରେ ତଥ୍ୟ ଓ ଅନୁସନ୍ଧାନ ମୂଳକ ଖବର ପରିବେଷଣ କରିବାରେ ସାମ୍ବାଦିକ ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ପ୍ରଶାସନ, ପ୍ରଶାସକ ତଥା ଜନସାଧାରଣଙ୍କ ଭିତରେ ସେତୁ ପ୍ରତିଷ୍ଠା କରି ସାମ୍ବାଦିକ ମାନେ ସମାଜର ଅହେତୁକ ମଙ୍ଗଳ କରିଥାନ୍ତି । ସାମ୍ବାଦିକ ମାନେ ଜଣେ ଜଣେ ସମାଜର ଦର୍ପଣ ସଦୃଶ୍ୟ । ଗଣତନ୍ତ୍ରର ତିନୋଟି ସ୍ତମ୍ଭ ନ୍ୟାୟପାଳିକା, ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଯଦି କୌଣସି ଜାଗାରେ ବିଚ୍ୟୁତିର ରାସ୍ତାକୁ ଯାଆନ୍ତି, ସେତେବେଳେ ତାଙ୍କୁ ଠିକ୍ ରାସ୍ତାରେ ଚ଼ଳେଇବା ପାଇଁ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ସାଧାରଣ ଲୋକଙ୍କ ଅପେକ୍ଷା ତଥା ସମାଜର ସକରାତ୍ମକ ଓ ସଠିକ୍ କଥାକୁ ନିର୍ଭୀକ ଭାବରେ ଉପସ୍ଥାପିତ କରିବା ଜଣେ ସାମ୍ବାଦିକର କର୍ତ୍ତବ୍ୟ ।
