ପୁଅ ଜିଉନ୍ତିଆ

ପୁଅ ଜିଉନ୍ତିଆ
ଡ. ପ୍ରେମାନନ୍ଦ ବେହେରା

ପୁଅର ସୁଦୀର୍ଘ ଜୀବନ କାମନା
କରନ୍ତି ପ୍ରତ୍ୟେକ ମାତା
ପୁଅ ଜିଉନ୍ତିଆ ବ୍ରତ ଉପବାସ
ଦୂତିଆ ବାହନ ଓଷା ।।
ଆଶ୍ୱିନ ମାସର ପୁଣ୍ୟ କୃଷ୍ଣପକ୍ଷ
ଅଷ୍ଟମୀ ତିଥିର ଦିନ
ବନ୍ଧ୍ୟା ନାରୀ ଅନୁଷ୍ଠାନ କଲେ ପାଏ
ନିଶ୍ଚୟ ଯୋଗ୍ୟ ସନ୍ତାନ ।।
ସୂର୍ଯ୍ୟଙ୍କର ପୁତ୍ର ଜିମୂତ ବାହନ
ପ୍ରଭୁ ଉପାସ୍ୟ ଦେବତା
ତାହାଙ୍କ ପୂଜାରେ ମନ ବଳାଇଲେ
ପୁତ୍ର ରୁହନ୍ତି ଅଚିନ୍ତା ।।
ଅକ୍ଷତ ଅରୁଆ ଚାଉଳ ଓ ଦୁବ
ଶହେ ଆଠ ପୂଜା କରି
ତା ପର ଦିନରେ ପୁଅଙ୍କୁ ବନ୍ଦାନ୍ତି
ଖିରୀ ଓ ପିଠା ତିଆରି ।।
ସକାଳରେ ପୂଜା ସାମଗ୍ରୀ ନାରୀଏ
ପାଟିରେ ଦିଅନ୍ତି ଗିଳି
ଏକମୁହାଁ ହୋଇ ଘରକୁ ଫେରନ୍ତି
ସୂର୍ଯ୍ୟଙ୍କୁ ପ୍ରଣାମ କରି ।।
ବାରମାସେ ତେର ପରବ ପାଇଁକି
ମହାନ ଉତ୍କଳ ମାଟି
ତହିଁ ମଧ୍ୟେ ଏକ ପୁଅ ଜିଉନ୍ତିଆ
ସ୍ନେହ ମମତା ପର୍ବଟି ।।
ମାତାପୁତ୍ରଙ୍କର ଅନାବିଳ ସ୍ନେହ
ହୋଇଥାଏ ଋଦ୍ଧିମନ୍ତ
ଏହିପରି ଭାବେ ସାରା ଜଗତରେ
ଦୁତିଆ ଓଷାଟି ଖ୍ୟାତ ।।

ପଦ୍ମପୁର, ବରଗଡ଼

Leave a Reply

Your email address will not be published. Required fields are marked *