ଦେଭ ଇଣ୍ଟର ନ୍ୟାସନାଲ ସ୍କୁଲରେ ହିନ୍ଦୀ ଦିବସ ପାଳିତ ହେବା ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ
ଯାଜପୁର/ବ୍ୟାସନଗର: ଯାଜପୁର ଜିଲ୍ଲା କଳିଙ୍ଗନଗର କୁସୁନପୁର ସ୍ଥିତ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ହିନ୍ଦୀ ଦିବସ ପାଳିତ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ। ହିନ୍ଦୀ ହେଉଛି ଏକ ଇଣ୍ତୋ ଆର୍ଯ୍ୟଭାଷା । ଯାହା ଦେବନଗରୀ ଲିପିରେ ସରକାରୀ ଭାଷା ପ୍ରଚାର ଓ ପ୍ରସାର ପାଇଁ ହିନ୍ଦୀ ଦିବସ ସର୍ମପିତ । ଏହା ପାଳନ ହେବାର ମୁଖ୍ୟ କାରଣ ହେଉଛି ହିନ୍ଦୀକୁ ସରକାରୀ ଭାଷା ଭାବରେ ଅନୁମୋଦନ କରାଯାଇଥିଲା ଏହାପରେ ଏକ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଓ ଏହା ୨୬ ଜାନୁୟାରୀ ୧୯୫୦ରେ ଭାରତୀୟ ସମ୍ବିଧାନର ଏକ ଅଂଶ ହୋଇଗଲା । ଏହାର ମହତ୍ତ ଜାଣିବା ପାଇଁ ଆମେ ପ୍ରତିବର୍ଷ ସେପ୍ଟେମ୍ବର ୧୪ରେ ହିନ୍ଦୀ ଦିବସକୁ ମନେପକାଇଥାଉ ।ହିନ୍ଦୀ ଦିବସରେ ରାଷ୍ଟ୍ର ଭାଷାର ମହତ୍ତ୍ୱକୁ ଆଖି ଆଗରେ ରଖି ବିଦ୍ୟାଳୟର ଷଷ୍ଠ ରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।ପ୍ରଥମେ ଚିତ୍ରାଙ୍କନ, ରଚନା ଆଉ ତା ପରେ ଭାଷଣ ଓ ସ୍ୱବାଚନ ଭଳି ପ୍ରତିଯୋଗିତା କରାଯାଇଥିଲା।

ଏହି ସଭାରେ ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା ଏବଂ ଏକାଡେମୀକ ମୁଖ୍ୟ ସୋନିଆ ବେଦୀ ଓ ବଲବୀର ସିଂ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ହିନ୍ଦୀ ଦିବସ ବିଷୟରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ। ବିଦ୍ୟାଳୟର ହିନ୍ଦୀ ବିଭାଗ ପ୍ରମୁଖ ତଥା ମାନବାଧିକାର ଓ ସାମାଜିକ ନ୍ୟାୟ ମିଶନର ରାଜ୍ୟ ମୁଖ୍ୟ ସଚିବ ଦୀପକ ରଞ୍ଜନ ପାଣିଗ୍ରାହୀ କାର୍ଯ୍ୟ ପରିଚାଳନା କରିଥିଲେ। ଅଳ୍ପ ସଂଖ୍ୟକ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରାଯାଇଥିଲା। କଳା ବିଭାଗର ଅଧ୍ୟାପକ ଉଦୟ କୁମାର ଓଝା ଓ ଅରୁଣ କୁମାର ଜେନା ସାଜସଜ୍ଜା ତଥା ଚିତ୍ରାଙ୍କନ ପ୍ରତିଯୋଗିତାର ଦାୟିତ୍ୱ ନିର୍ବାହ କରିଥିଲେ। ଭାଷଣ ,ଚିତ୍ରାଙ୍କନ,ରଚନା ଲେଖନ ଆଦି ପ୍ରତିଯୋଗିତାରେ ଶିକ୍ଷୟତ୍ରୀ ଶୀତଳ ବେରାଗଡେ ,ସୁପ୍ରିୟା ପ୍ରଧାନ, ନୀମା ଦାସ , ସରିତା ଗୁପ୍ତା ,ପୁନମ କୌର , କେ ଜ୍ୟୋତି ,ବିଶ୍ୱଜିତ ପଣ୍ଡା, ଆଦି ପୂର୍ଣ୍ଣ ସହଯୋଗ କରିଥିଲେ। ବିଦ୍ୟାଳୟର ଚେୟାରମ୍ୟାନ ବୁଦ୍ଧଦେବ ରାଉତ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।
