କୃଷି ବିଭାଗ ପକ୍ଷ ରୁ ଶ୍ରୀ ଅର୍ଣ୍ଣ ଅଭିଯାନ ରଥ ଉଦ୍ଘାଟିତ।

ରାଇକିଆ, ତା 15/9/25 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପରିସର ମଧ୍ୟ ରେ ସ୍ଵାତୀ ଅନୁଷ୍ଠାନ ତରଫରୁ ଶ୍ରୀ ଅନ୍ନ ଅଭିଯାନ ରଥ ର ଶୁଭାରମ୍ଭ ହୋଇ ଯାଇଅଛି।ଏହି ରଥ ଚାରି ଦିନ ପର୍ଯ୍ୟନ୍ତ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ପରିଭ୍ରମଣ କରିବା ସହିତ ପ୍ରତ୍ୟେକ ଘରେ କେଉଁଭଳି ଭାବେ ମଣ୍ଡିଆ ଏବଂ ଅଣ ମାଣ୍ଡିଆ ଖାଦ୍ୟ ର ବ୍ୟବହାର ହୋଇ ପାରିବ ତତ୍ ସହିତ ମାଣ୍ଡିଆ ଖାଦ୍ୟ ଖାଇବା ଦ୍ଵାରା କିଭଳି ଶରୀର ସୁସ୍ଥ ସବଳ ରହି ପାରିବ ସେହି ବିଷୟ ରେ ଜନ ସାଧାରଣ ଙ୍କୁ ସଚେତନ କରି ପାରିବ।ଆଜିର ଏହି ସଚେତନତା ରଥ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା ଉଦ୍ଘାଟନ କରିଥିବା ବେଳେ।

ପି.ଡି.ଡି. ଆର୍.ଡି.ଏ ଶମ୍ଭୁନାଥ ନନ୍ଦୀ,ଏସ୍.ଡି.ପି.ଓ ବିଜୟ କୁମାର ବିଶି, ବିଡ଼ିଓ ସବ୍ୟସାଚୀ ସାହୁ, ତହସିଲଦାର ବରିଆଲ୍ ମୁର୍ମୁ,ପି.ଏ.ଆଇ.ଟି .ଡି.ଏ କୃପାସିନ୍ଧୁ ବେହେରା,ବି.ଏ.ଓ ସଚିନ୍ଦ୍ର କୁମାର ସେଠୀ,ଏ.ଏ.ଓ ସୁଦିପ୍ତା ପ୍ରଧାନ ଉପସ୍ଥିତ ରହିଥିଲେ। ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ କୁ ସ୍ଵାତୀ ପକ୍ଷରୁ ବ୍ଲକ ସଂଯୋଜୀକା ଅନ୍ନପୂର୍ଣ୍ଣା ପ୍ରଧାନ ପରିଚାଳନା କରିଥିବା ବେଳେ ସ୍ଵାତୀ ର ସମସ୍ତ କର୍ମଚାରୀ ଓ ରାଇକିଆ କୃଷକ ସଂଗଠନ ର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *