ମା ଶାରଳା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ

ମା ଶାରଳା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ।
ତିର୍ତ୍ତୋଲ:ମା ଶାରଳା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ତିର୍ତୋଲ ଜୟପ୍ରକାଶ ମଇଦାନ କୁମାରଉତ୍ସବ ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପାରାଦ୍ୱୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ତିର୍ତୋଲ ବିଧାୟକ ରମାକାନ୍ତ ଭୋଇ, ଏରସମା ବାଲିକୁଦା ର ବିଧାୟକ ସାରଦା ପ୍ରସନ୍ନ ଜେନା ଙ୍କ ସହ ଏକାଧିକ ଅତିଥି ଯୋଗଦେଇଥିଲେ। ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ ସୋନାଲି ମହାନ୍ତିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ କରୋନା ମହାମାରୀ ଠାରୁ ଆରମ୍ଭ କରି ବାତ୍ୟା, ବନ୍ୟା ଦୁର୍ବିପାକରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ପହଞ୍ଚି ଗରିବ,ଅସହାୟ, ବୃଦ୍ଧାବୃଦ୍ଧି ବାପା ମା ମାନଙ୍କ ସହ ସହାୟତା ର ହାତ ବଢା଼ଇ ଆସୁଛି। କେବଳ ସେତିକି ନୁହେଁ ବୃକ୍ଷ ରୋପଣ, ରକ୍ତଦାନ ଶିବିର, ଦୃଘଟଣା ଗ୍ରସ୍ତ ଲୋକଙ୍କୁ ଉଦ୍ଧାରକରୀ କରାଇ ସାମାଜିକ କାର୍ଯ୍ୟରେ ଏହି ଅନୁଷ୍ଠାନ ଓଡ଼ିଶାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଏହି ଉତ୍ସବ ଅବସରରେ ଓଡ଼ିଶାର ବିଭିନ୍ନ ସାମାଜିକ ଅନୁଷ୍ଠାନ, ସାମାଜିକ କର୍ମୀ, ଜଗତସିଂହପୁର ଜ଼ିଲ୍ଲା ପ୍ରତି ବ୍ଲକର ଶ୍ରେଷ୍ଠ ସରପଞ୍ଚ, ଙ୍କ ସହ ଶ୍ରେଷ୍ଠ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବୋର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *