ପୁରୀ ବେଳାଭୂମିରେ ବେଆଇନ ବାର୍ଥ ଡେ ପାର୍ଟି
ସ୍ବର୍ଣ୍ଣାଭ ପୁରୀ ବେଳାଭୂମିରେ ବାର୍ଥ ଡେ ପାର୍ଟି ।ବେଳାଭୂମିରେ ଏଭଳି ବାର୍ଥ ଡେ ପାର୍ଟି ଆୟୋଜନ ହେବା ସଂପୂର୍ଣ୍ଣ ଭାବେ ନିୟମ ବିରୁଦ୍ଧ। ଏହା ଯେତିକି ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ସେତିକି ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରିଛି ।ଏଥିପାଇଁ କିଏ ଓ କାହିଁକି ଅନୁମତି ଦେଲା ତାହା ଏବେ ବଡ ପ୍ରଶ୍ନବାଚୀ । ନିୟମ ଅନୁଯାଇ ବେଳାଭୂମିରେ କୌଣସି ନିର୍ମାଣ ହେବା ତ ଦୂରର କଥା ବେଳାଭୂମିରେ କୌଣସି ଅସ୍ଥାୟୀ ଟେଣ୍ଟ ହୋଇପାରିବ ନାହିଁ। କିନ୍ତୁ ପୁରୀ ବେଳାଭୂମିରେ ଅସ୍ଥାୟୀ ଟେଣ୍ଟ କରି ଉଜ୍ଜ୍ବଳ ଆଲୋକମାଳାରେ ସଜ୍ଜିତ କରାଯିବା ସହ ନୃତ୍ୟ ,ଗୀତ ଚାଲିବା ଆୟୋଜକ କାହାଠାରୁ ଅନୁମତି ନେଇଥିଲେ ନା ବିନା ଅନୁମତିରେ କରୁଥିଲେ ତାହା ଏବେ ଆଲୋଚ୍ୟର ବିଷୟବସ୍ତୁ ପାଲଟିଛି ।

ଗତକାଲି ସନ୍ଧ୍ୟାରେ ପୁରୀ ଭିକ୍ଟୋରିଆ ହୋଟେଲ ସାମନା ବେଳାଭୂମିରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା।ପୂର୍ବରୁ ମଧ୍ୟ ପୁରୀ ବେଳାଭୂମିରେ ଏଭଳି ଅସ୍ଥାୟୀ ଟେଣ୍ଟ କରି ଉତ୍ସବ ଆୟୋଜନ କରିବା କେତେକ ଆୟୋଜକଙ୍କୁ ଭାରି ପଡିଥିଲା । ତେବେ କିଏ ଓ କିଭଳି ପୁରୀ ବେଳାଭୂମିରେ ଏଭଳି ବାର୍ଥ ଡେ ପାର୍ଟି ଆୟୋଜନ ପାଇଁ ସାହସ କଲା ତାହା ନିଶ୍ଚିନ୍ତ ଭାବେ ତଦନ୍ତ ସାପେକ୍ଷ।
