ପୁରୀ ବାଲିହାରଚଣ୍ଡୀ ପୀଠ ବେଳାଭୂମିରେ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ
ପୁରୀ ବ୍ରହ୍ମଗିରି ସ୍ଥିତ ବାଲିହରଚଣ୍ଡି ପୀଠରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ସାଂଘାତିକ ଅଭିଯୋଗ ହୋଇଛି । ଏହି ଘଟଣା ସାରା ବ୍ରହ୍ମଗିରି ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ପୋଲିସ 2 ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଘଟଣାକୁ ନେଇ ଯୁବତୀର ଡାକ୍ତରୀ ମାଇନା କରାଯାଇଛି। ବାଲିହରଚଣ୍ଡି ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଦୈନିକ ସେଠାକୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମାନେ ବୁଲିବାକୁ ଆସୁଥିବା ବେଳେ ନିକଟରେ ଥିବା ସମୁଦ୍ର ବେଳାଭୂମିକୁ ବୁଲିବାକୁ ଯାଇ ଥାଆନ୍ତି। ଶୁକ୍ରବାର ଜଣେ ଯୁବକ ଓ ଯୁବତୀ ବାଲିହରଚଣ୍ଡି ବୁଲିବାକୁ ଆସି ଥିବାବେଳେ ଗିରଫ 2 ଜଣ ଯୁବକ ସେମାନଙ୍କର ଫଟୋ ଚିତ୍ର ଉତ୍ତୋଳନ କରିବା ସହ ସେମାନଙ୍କୁ ବ୍ଳାକ୍ ମେଲିଂ ମଧ୍ୟ କରିଥିଲେ। ପରେ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି l
