କଟୁରୀ ଚୋଟରେ ମହିଳା ଗୁରୁତର l
ଗାଳି ଗୁଲଜକୁ କେନ୍ଦ୍ର କରି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଜଣାପଡିଛି l ଆକ୍ରମଣ ର ଶିକାର ହୋଇଥିବା ମହିଳା ହେଉଛନ୍ତି ଚକରତୀର୍ଥ ରୋଡ ବେହେରା ସାହିର ବାସନ୍ତୀ ନାୟକ l ଗତ କାଲି ବିଳମ୍ବିତ ରାତିରେ ପୁରୀ ଚକ୍ରତୀର୍ଥ ରୋଡ ବେହେରା ସାହିରେ ଘଟିଛି ଏଭଳି ଘଟଣା l ଗତ କାଲି ବିଳମ୍ବିତ ରାତିରେ ବେହେରା ସାହିର ବଳ ବେହେରା ନାମକ ଜଣେ ବ୍ୟକ୍ତି ମଦ୍ୟପାନ କରି ବାସନ୍ତୀ ନାୟକ ଘର ସମ୍ମୁଖରେ ଗାଳି ଗୁଲଜ କରିଥିଲେ କାହିଁକି ପଚାରିବାରୁ ବଳ ବେହେରା ବାସନ୍ତୀ କୁ ଏକ ଧାରୁଆ କଟୁରିରେ ଆକ୍ରମଣ କରିଥିଲେ l ଯାହାଫଳରେ ବାସନ୍ତୀ ଆହତ ହୋଇ ସଦର ମୁଖ୍ୟ ଚିକିର୍ସାଳୟରେ ଭର୍ତ୍ତି ହୋଇଛନ୍ତି l ଏହି ଘଟଣାରେ ପେଣ୍ଠକଟା ପାଣ୍ଡି ପୋଲିସ ଗୁରୁତର ସହ ନେଇ ବଳ ବେହେରା କୁ ଗିରଫ କରିବାରେ ସଫଳ ହୋଇଛି l
