ସରିତା ଦେବୀ ଙ୍କ ସ୍ମୃତିରେ ସରିତା ସାହିତ୍ୟ ସଂସଦ ଉଦଘାଟିତ

Date- 16/09/25*- ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତାଳଦଣ୍ଡା ସ୍ଥିତ ବ୍ରହ୍ମ ଜଗନ୍ନାଥ ମିଶନ ପକ୍ଷରୁ ସରିତା ଦେବୀ ଙ୍କ ସ୍ମୃତିରେ ସରିତା ସାହିତ ସାଂସଦ ଉଦଘାଟିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର, ସାହିତ୍ୟିକ ଅସିତ କୁମାର ମହାନ୍ତି, ବିଶିଷ୍ଟ ସାହିତ୍ୟିକ ଗୀତିକାର ଦେବିଦତ୍ତ ମହାନ୍ତି, ଓଡ଼ିଶା ସାହିତ୍ୟ ଏକାଡେମୀ ର ସହ ସଚିବ ସଞ୍ଜୟ କୁମାର ଛୁଆଳ ସିଂହ, ସୁସାହିତ୍ୟିକା ଡ଼ଃ ସେହ୍ନେ।ଶ୍ରୀ ସ୍ୱାଇଁ, ଜ୍ୟୋସ୍ନ।ମୟୀ ଦଳାଇ, ପ୍ରମୁଖ ଯୋଗ ଦେଇ କ୍ୟାପଟେନ ସଂଜୀବ କୁମାର ମୁଦୁଲି ଙ୍କ ଧର୍ମପତ୍ନୀ ସ୍ୱର୍ଗତା ସରିତା ମିଶ୍ରଙ୍କ 50 ତମ ଜନ୍ମ ଦିବସ ଓ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବା ସହିତ ସରିତା ମିଶ୍ରଙ୍କ ଉଦ୍ଧେଶ୍ୟରେ ଏକ କବିତା ପାଠୋଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଶତାଧିକ କବି ଓ କବିୟତ୍ରୀ ମାନେ ଯୋଗଦେବା ସହିତ ବିଶିଷ୍ଟ ଉପସ୍ଥାପକ ଅଭିନନ୍ଦନ ଦାସ ମଞ୍ଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *