ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

କାକଟପୁର,୧୬.୦୯- ପୂରୀ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହଯୋଗରେ କାକଟପୁର ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳାବର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନିତା ପଟ୍ଟନାୟକ, କାକଟପୁର ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ, ଅଧକ୍ଷ ଶ୍ରିଧର ନାୟକ ପ୍ରମୁଖ ଯୋଗଦେଇ ଶିବିର କାର୍ଯକ୍ରମ ଶୁଭାରମ୍ଭ କରିଥିଲେ। ଶିବିରରେ ୨୫୪ ଜଣ ଅସ୍ଥିସଲ୍ୟ, ୩୨ ଜଣ ଔଷଧ, ୬୦ ଜଣ ଚକ୍ଷୁ , ୧୧୪ ଜଣ ଶ୍ରବଣ ବାଧିତ , ୧୦୯ ଜଣ ମାନସିକ ବିକଳାଙ୍ଗ, ୧୯ ଜଣଶିଶୁରୋଗ ବିଭାଗ ସମେତ ମୋଟ ୫୮୮ ଜଣ ଭିନ୍ନକ୍ଷମ ହିତାଧିକାରୀ ନିଜର ଅକ୍ଷମତା ପରୀକ୍ଷା କରିଥିଲେ। ପୁରୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଉପରୋକ୍ତ ବିଭାଗର ଡାକ୍ତର ଓ କର୍ମଚାରୀ ମାନେ ଆସି ପରୀକ୍ଷଣ କରିଥିଲେ।

ପରବର୍ତ୍ତୀ ପର୍ଯ୍ୟାୟରେ ଯୋଗ୍ୟ ଭିନ୍ନକ୍ଷମ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ। ଯାହା ଦ୍ଵାରା ସେମାନେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମିଳୁଥିବା ଅନୁଦାନ, ସାହାଯ୍ୟ, ସହଯୋଗ ଓ ଫାଇଦା ଉଠାଇବା ସହ ନିଜକୁ ସାମାଜିକ ସ୍ରୋତରେ ଆଗକୁ ବଢାଇବେ। ଏହି ଶିବିରକୁ ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ରୋଜାଲିନ ବେହେରା, କନିଷ୍ଠ ସହାୟକ ସୌଭାଗ୍ୟ ରଞ୍ଜନ ସ୍ବାଇଁ, କାର୍ଯ୍ୟକ୍ରମ ସହାୟକ ଲଳିତ କୁମାର ପ୍ରଧାନଙ୍କ ସମେତ ବ୍ଳକ୍ କର୍ମଚାରୀ ମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *