୧୬ ବର୍ଷର ନାବାଳିକାକୁ ଜଣେ ଦିବ୍ୟାଙ୍ଗ ବାରମ୍ବାର ଦୁଷ୍କର୍ମ କରି

ନାବାଳିକାଗର୍ଭବତୀ , ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ ୧୬ ବର୍ଷର ନାବାଳିକାକୁ ଜଣେ ଦିବ୍ୟାଙ୍ଗ ବାରମ୍ବାର ଦୁଷ୍କର୍ମ କରିବା ଓ ନାବାଳିକା ଜଣଙ୍କ ୫ ମାସର ଗର୍ଭବତୀ ଥିବା ଭଳି ଅଭାବନୀୟ ଘଟଣା ଘଟିଛି ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ପଂଚାୟତ ମୁଣ୍ଡମାଳ ଗ୍ରାମର । ଥାନାରେ ଏତଲା ପରେ ପୁଲିସ କେସ ନଂ ୫୭୨/୨୫ ରେ ମାମଲା ରୁଜୁ କରି ଏହି ଗ୍ରାମର ଦିବ୍ୟାଙ୍ଗ ଅର୍ଜୁନ ବେହେରା ଓରଫ ଛୋଟା (୪୦) କୁ ଗିରଫ କରି କୋର୍ଟ ଚାଲାଣ କରିଛି ଧର୍ମଶାଳା ପୁଲିସ ।ଅଭିଯୁକ୍ତ ଅର୍ଜୁନ କୁ ଯାଜପୁର ପସ୍କୋ କୋର୍ଟକୁ ଚାଲାଣ କରାଯାଇଛି l 183ଧାରା ଅନୁଯାୟୀ ପୀଡିତା ନାବାଳିକା ର ବୟାନ ରେକଡ଼ କରବା ପାଇଁ ଯାଜପୁର ଟାଉନ ସ୍ଵଧାର ଗୃହରେ ରଖାଯାଇଛି l ଅଭିଯୋଗ ମୁତାବକ , ଉକ୍ତ ନାବାଳିକାକୁ ଅଭିଯୁକ୍ତ ଅର୍ଜୁନ ଧରମ ଝିଅ କରିବା ସହିତ ଘର କାମ କରିବାକୁ ବିଭିନ୍ନ ସମୟରେ ଡାକୁଥିଲେ । କିଛି ମାସ ହେବ ଅର୍ଜୁନ ନାବାଳିକା ସହିତ ଜୋର୍ ଜବରଦସ୍ତ ବାରମ୍ବାର ଶାରୀରିକ ସଂପର୍କ ରଖିଥିବା ଓ ସେ ୫ ମାସର ଗର୍ଭବତୀ ଥିବା ଝିଅର ମା ‘ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କାହାରିକୁ କହିଲେ ନାବାଳିକାକୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ପୁଲିସ ଶନିବାର ଦିନ ଅର୍ଜୁନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *