ଆରାମଦାୟକ ଯାତ୍ରା ପାଇଁ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବ

ଆରାମଦାୟକ ଯାତ୍ରା ପାଇଁ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଏବଂ ପାର୍ବଣ ଋତୁରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ପରିଚାଳନା କରିବା ପାଇଁ, ଭାରତୀୟ ରେଳବାଇ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ପରିଚାଳନା କରିବ:୧. ସମ୍ବଲପୁର – ଇରୋଡ୍ – ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ (୦୮୩୧୧/୦୮୩୧୨)ଟ୍ରେନ ନମ୍ବର ୦୮୩୧୧ ସମ୍ବଲପୁର – ଇରୋଡ୍ ସାପ୍ତାହିକ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ୨୬.୧୧.୨୦୨୫ ପର୍ଯ୍ୟନ୍ତ ପ୍ରତି ବୁଧବାର ଦିନ ୧୧.୩୫ ଘଣ୍ଟାରେ ସମ୍ବଲପୁରରୁ ଛାଡିବ।ଟ୍ରେନ ନମ୍ବର ୦୮୩୧୨ ଇରୋଡ୍ – ସମ୍ବଲପୁର ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ୨୮.୧୧.୨୦୨୫ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଦିନ ୧୪.୪୫ ଘଣ୍ଟାରେ ଇରୋଡ୍ ଛାଡିବ।ପୂର୍ବ ତଟ ରେଳପଥ ପରିସୀମାରେ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ରହଣି: ବରଗଡ ରୋଡ୍, ବଲାଙ୍ଗିର, ଟିଟଲାଗଡ, କେସିଙ୍ଗା, ମୁନିଗୁଡା, ରାୟଗଡା, ପାର୍ବତୀପୁରମ୍, ବବିଲି, ବିଜୟନଗରମ୍, କୋଟ୍ଟାଭାଲାସା ଏବଂ ଦୁଭୱାଡା |କୋଚ୍ ସଁରଚନା: ୨ୟ ଏସି -1, ତୃତୀୟ ଏସି -03, ସ୍ଲିପର କ୍ଲାସ୍ -09, ଜେନେରାଲ୍ ଦ୍ୱିତୀୟ କ୍ଲାସ୍ -4, ଦ୍ୱିତୀୟ ଶ୍ରେଣୀ ଲଗେଜ୍ କମ ଦିବ୍ୟାଙ୍ଗଜନ କୋଚ୍-୨ ଏବଂ ପାନ୍ଟ୍ରି କାର୍ -1 |୨. ନୂତନ ତିନସୁକିଆ – SMV ବେଙ୍ଗାଲୁରୁ – ନୂତନ ତିନସୁକିଆ ସ୍ୱତନ୍ତ୍ର ଟ୍ରେନ୍ (୦୫୯୫୨/୦୫୯୫୧)ଟ୍ରେନ୍ ନମ୍ବର ୦୫୯୫୨ ନୂତନ ତିନସୁକିଆ- SMVT ବେଙ୍ଗାଲୁରୁ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ୩୦.୧୦.୨୦୨୫ ପର୍ଯ୍ୟନ୍ତ ପ୍ରତି ଗୁରୁବାର ସନ୍ଧ୍ୟା ୬:୪୫ ସମୟରେ ନୂତନ ତିନସୁକିଆରୁ ଛାଡିବ।ଟ୍ରେନ୍ ନମ୍ବର ୦୫୯୫୧ SMV ବେଙ୍ଗାଲୁରୁ – ନୂତନ ତିନସୁକିଆ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ପ୍ରତି ରବିବାର ରାତି ୨୩:୫୦ ସମୟରେ SMV ବେଙ୍ଗାଲୁରୁରୁ ୦୨.୧୧.୨୦୨୫ ପର୍ଯ୍ୟନ୍ତ ଛାଡ଼ିବ।ପୂର୍ବ ତଟ ରେଳପଥ ପରିସୀମାରେ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ରହଣି: ଭଦ୍ରକ, ଯାଜପୁର ରୋଡ୍, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବାଲୁଗାଁ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ଚିପୁରୁପାଲି, ବିଜୟନଗରମ୍, କୋଟ୍ଟାଭାଲାସା ଏବଂ ଦୁଭୱାଡା।କୋଚ୍ ସଁରଚନା: ଏହି ଯୋଡ଼ା ଟ୍ରେନ୍‌ରେ ତୃତୀୟ ଏସି-୦୨, ସ୍ଲିପର୍ କ୍ଲାସ କୋଚ୍-୧୬, ବ୍ରେକ୍ ଭ୍ୟାନ୍ ସହିତ ଦ୍ୱିତୀୟ ଶ୍ରେଣୀ ଏବଂ ଲଗେଜ୍-୦୨ କୋଚ୍ ରହିବ।ପର୍ବପର୍ବାଣୀର ଚାହିଦା ଏବଂ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ୍ ସେବାଗୁଡ଼ିକ ବ୍ୟବସ୍ଥା କରାଯାଇଛି, ଯାହା ପୂର୍ବତଟ ରେଳବାଇ ଜୋନର ଗୁରୁତ୍ୱପୂର୍ଣ୍ଣ ଷ୍ଟେସନଗୁଡ଼ିକରେ ରହଣି କରିବ।

Leave a Reply

Your email address will not be published. Required fields are marked *