ମା’ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ମାଟି ଅନୁକୂଳ
ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ଶଙ୍ଖେଶ୍ୱର ପଞ୍ଚାୟତ ବଡଜୀଙ୍ଗଲ ଶଙ୍ଖେଶ୍ୱର ହାଟ ପୁଜା କମିଟି ଆନୁକୂଲ୍ୟରେ ଶ୍ରୀ ମା ଗଜଲକ୍ଷ୍ମୀଙ୍କର ପଚାଶତମ ବାର୍ଷିକ ପୂଜା ପାଇଁ ମାଟି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି. କର୍ତ୍ତା ନିରଞ୍ଜନ ଜେନା, ପୂଜକ ଚିତ୍ତରଞ୍ଜନ ହୋତା, ସୁରେନ୍ଦ୍ର ପଣ୍ଡା ଏବଂ ବଡଜୀଙ୍ଗଲ ଶଙ୍ଖେଶ୍ୱର ହାଟ ପୂଜା କମିଟି ର ସଭାପତି ବିଭୁତି ଭୂଷଣ ଦାସ, ସମ୍ପାଦକ ମିହିର କୁମାର ମହାନ୍ତି, ଅର୍ଜୁନ ପୃଷ୍ଟି, ନୟନ ମହାପାତ୍ର, ପ୍ରମୋଦ ପଟନାୟକ, ପ୍ରଭାସ ବେହେରା, ବାବନ ଦାସ, ବସନ୍ତ ଦାସ, ପ୍ରଶାନ୍ତ ମହାପାତ୍ର, ତପନ ଦାସ ଙ୍କ ସହିତ ସମସ୍ତ କର୍ମକର୍ତ୍ତା ସ୍ଥାନୀୟ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ. ସ୍ଥାନୀୟ ବିଜିପୁର ବିଦ୍ୟାଳୟ ନିକଟରେ ପୂଜାର୍ଚ୍ଚନା କରାଯାଇ ଅନୁକୂଳ ମାଟିକୁ ସ୍ଥାପନ କରଯାଇଥିଲା l
