ସଦଭାବନା ସଭା ଗୃହ ରେ ଭଦ୍ରକ ସହରର ହଜରତ ସରକାର ବାବା ଙ୍କ ୧୧ତମ ବାର୍ଷିକ ଫାତେହା ଉତ୍ସବ ପାଳନ ଅବସରରେ ପ୍ରସ୍ତୁତି ବୈଠକ

ତା ୧୬.୦୯.୨୦୨୫ରିଖ ଭଦ୍ରକ ୧୬ .୦୯.୨୦୨୫ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ହଜରତ ସରକାର ବାବା (ର.ଅ)ଙ୍କ ୧୧ତମ ବାର୍ଷିକ ଫାତେହା ଉତ୍ସବ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ତା. ୧୬ .୦୯.୨୦୨୫ରିଖ ଅପରାହ୍ନ ୪.୦୦ ଘଟିକା ସମୟରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଭଦ୍ରକର ଆରକ୍ଷୀ ଅଧ୍ୟୀକ୍ଷକ ମନୋଜ କୁମାର ରାଉତ, ଡେପୁଟି କଲେକ୍ଟର (ବିଚାର) କାର୍ତ୍ତିକ ନାଥ ମଣ୍ଡଲ ଉପସ୍ଥିତ ଥିଲେ । ଏହାଛଡା ବିଭିନ୍ନ ଅଧିକାରୀ ଯଥା ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ ଗୃହ, ଅଧିକ୍ଷଣ ଯନ୍ତ୍ରୀ ବିଦ୍ୟୁତ ବିଭାଗ, ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା, ଅଧିକ୍ଷଣ ଯନ୍ତ୍ରୀ, ଚିକିତ୍ସାଧିକାରୀ ଡ.ସଙ୍ଗୀତା ବଳ, ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସମେତ ଶାନ୍ତି କମିଟିର ସଦସ୍ୟ, ହିନ୍ଦୁ ସୁରକ୍ଷ। ସମିତି, ମୁସଲିମ ଜମାତର କର୍ମକର୍ତ୍ତାଙ୍କ ସହିତ ସଭାପତି / ସମ୍ପାଦକ ,ଗୁଲସନେ ଗୌଷପାକ ଟ୍ରଷ୍ଟ, ଖାନକା ଶରିଫ ସରକାର ନଗର, ଭଦ୍ରକ ଏବଂ ସଭାପତି / ସମ୍ପାଦକ, କାଦରୀ ବିର।ଦନ ଗୁଲସନ-ଏ-ନସିମ୍, ସରକାର ନଗର, ଭଦ୍ରକଙ୍କ ମାନେ ଉପସ୍ଥିତ ଥିଲେ ଏବଂ ସେମାନଙ୍କର କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଲ ଉପସ୍ଥିତ ଶାନ୍ତି କମିଟିର ସମସ୍ତ ସଦସ୍ୟ ଓ ଅନ୍ୟ ମାନଙ୍କୁ ସ୍ୱାଗତ କରିବା ସହିତ ଆଜିର ବୈଠକର ଉଦ୍ଦେଶ୍ୟ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସମସ୍ତେ ଉତ୍ସବ ଟିକୁ ଶାନ୍ତି ଶୃଙ୍ଖଳା ସହିତ ପାଳନ କରିବାକୁ ଆବଶ୍ୟକୀୟ ରାସ୍ତାର ମରାମତି, ଆଲୋକୀକରଣ, ନାଳ ନର୍ଦ୍ଦମାର ସଫେଇ, ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ନିୟୋଜନ, ନିଶାଖୋର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଟ୍ରାଫିକ ର ସୁ ବନ୍ଦୋବସ୍ତ, କରିବାପାଇଁ ଅନୁରୋଧ କରିଥିଲେ । ଶାନ୍ତି କମିଟିର ସଦସ୍ୟ ବିଦ୍ୟାଧର ସାହୁ, ଅତିସ କୁମାର ବେହେରା, ଗୌରାଙ୍ଗ ପଣ୍ଡା ଆଲୋଚନାରେ ଭାଗ ନେଇ ଟ୍ରାଫିକ ର ସୁ ବନ୍ଦୋବସ୍ତ ପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଥିବା ଉଚ୍ଛେଦ ଅଭିଯାନ କୁ ପ୍ରଶଂସ। କରିଥିଲେ ।

ବୈଠକ ରେ ଭାଗ ନେଇଥିବା ସମସ୍ତ ସଦସ୍ୟ ଏହାକୁ ସମର୍ଥନ କରିଥିଲେ । କମିଟି ର ଆବେଦନ କୁ ଗ୍ରହଣ କରାଯାଇଥିଲା । ଧର୍ମ ସଭା ସ୍ଥାନ ରେ ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ ଗୃହ,ଭଦ୍ରକ ଆବଶ୍ୟକୀୟ ଦଷ୍ଟ (dust ) ଗୁଣ୍ଡ ପକେଇବେ ଯେପରିକି ସୂଚାରୁ ରୂପେ ସଭା ଟି ୨୪.୦୯.୨୫ ରେ ଅନୁଷ୍ଟିତ ହେବ । ସେଇପରି ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା,ଭଦ୍ରକ ଓ ପୌରପାଳିକା ସଭା ସ୍ଥାନ ରେ ବାୟୋ ଟୋଏଲେଟ ସ୍ଥାପନ କରିବେ । ସେହିପରି ସମ୍ପୃକ୍ତ କମିଟି ଅଗ୍ନିଶମ ବିଭାଗରୁ ଫାୟାର ସେଫ୍ଚି ସାଟିଫିକେଟ ଓ ବିଦ୍ୟୁତ ବିଭାଗରୁ ତଦନ୍ତ ରିପୋର୍ଟ ସଂଗ୍ରହ କରିବେ । ବିଦ୍ୟୁତ ବିଭାଗ ୨୩ ଓ ୨୪ ତାରିଖ ରେ ବିଦ୍ୟୁତ ସେବା ଅବ୍ୟାହତ ରଖିବାକୁ ସୁନିଶ୍ଚିତ କରିବେ । ଆରକ୍ଷୀ ଅଧିକ୍ଷକ ବିଭିନ୍ନ ଅଣ ସ୍ୱୀକୃତିପ୍ରାପ୍ତ ୱେବ ଚ୍ୟାନେଲ ଏବଂ ସୋସିଆଲ ମିଡିଆ ରେ ମିଥ୍ୟା ଗୁଜବ ପ୍ରଚାର କରୁଥିବା ସଂସ୍ଥା/ବ୍ୟକ୍ତିବିଶେଷ କୁ କଠୋର ଚେତାବନୀ ଦେଇଥିଲେ । ଏହାଛଡା ଟ୍ରାଫିକ ସୁନିୟନ୍ତ୍ରଣ ଓ ପାର୍କିଂ ସ୍ଥାନ ରେ ପର୍ଯ୍ୟ।ପ୍ତ ପୁଲିସ ମୁତୟନ କରାଯିବ । ସିସି ଟିଭି କ୍ୟାମେରା ମଧ୍ୟ ସବୁ ଆଡେ ଲଗାଯିବା ର ବ୍ୟବସ୍ଥା କରାଯାଇଛି । ଅବକାରୀ ବିଭାଗ ବେଆଇନ ମାଦକ ଦ୍ରବ୍ୟ ବିକ୍ରୟ ଉପରେ ନିୟମିତ ଯାଞ୍ଚ କରିବାକୁ, ମଦ୍ୟପାନ କରି ଗାଡି ଚଲାଉଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବାକୁ ଆରକ୍ଷୀ ଅଧିକ୍ଷକ, ଆଞ୍ଚଳିକ ପରିବହନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । । ସେହିପରି ପର୍ବ ସମୟରେ ଭଦ୍ରକ ସହରରେ । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ୨୪ ତାରିଖ ରେ ସଭା ସ୍ଥଳି ରେ ଡାକ୍ତରୀ ସେବା ଯୋଗାଇଦେବା ସହିତ ଆମ୍ବୁଲାନ୍ସ ଓ ମେଡିକାଲ ଟିମ ର ବ୍ୟବସ୍ଥା ଉପରେ ନିର୍ଦେଶ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *