କନ୍ଧମାଳ ମହିଳା ବିଜୁ ଜନତା ଦଳର ନାରୀ ଓ ଛାତ୍ରୀ ନିର୍ଯାତନା ବିରୁଦ୍ଧରେ ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବିପତ୍ର ।

କନ୍ଧମାଳ ତା୧୭/୦୯/୨୦୨୫,ଫୁଲବାଣୀ ଓଡ଼ିଶାର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ,ରାଜ୍ୟ ମହିଳା ବିଜୁ ଜନତାଦଳର ସଭା ନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଫୁଲବାଣୀ ସଦର ମହକୁମା ସ୍ଥାନୀୟ ମୁଖ୍ୟ ବଜାର ବା ବିଜୁପଟ୍ଟନାୟକ ଛକ ରୁ କନ୍ଧମାଳ ମହିଳା ବିଜୁ ଜନତା ଦଳର ହଜାର ହଜାର ମହିଳା , କନ୍ଧମାଳ ଜିଲ୍ଲାର ପୂର୍ବତନ ମହିଳା ବିଜୁଜନତା ଦଳର ସଭାନେତ୍ରି ବର୍ତ୍ତମାନ ରାଜ୍ୟ ମହିଳା ବିଜୁ ଜନତା ଦଳର ରାଜ୍ୟ ସମ୍ପାଦିକା, ଶ୍ରୀମତୀ ପୁନମ୍ କହଁର, ଓ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ବିଧାନ ସଭା ପ୍ରଥିନୀ ଶ୍ରୀମତୀ ଜୟଶ୍ରୀ କହଁର ଙ୍କ ନେତୃତ୍ୱରେ ଜିଲ୍ଲାର ହଜାର ହଜାର ସଂଖ୍ୟ। ରେ ମହିଳା ମାନେ ହାତରେ ଫ୍ଲାଗ କାଡ ଓ ବି ଜେ ଡି ପତାକା ଧରି ସ୍ଥାନୀୟ ବିକୁ ପଟ୍ଟନାୟକ ଛକ ରୁ ବାହାରି , ମହୋନ ମାଝୀ ହାଏ ହାଏ ଡବଲ୍ ଈଂଜିନ୍ ସରକ ହା ଏ ହାଏ, ନର।ଦେଇ ସ୍ଥାନୀୟ କୋର୍ଟଛକ୍ ଦେଇ କନ୍ଧମାଳ ଏସପି ଙ୍କ ଜରିଆରେ ଓଡ଼ିଶା ପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ ଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।ଏହି ପରି ପ୍ରେଖିରେ କନ୍ଧମାଳ ଜିଲ୍ଲା ମହିଳା ବିଜୁ ଜନତା ଦଳର ରାଜ୍ୟ ସମ୍ପାଦିକା ଶ୍ରୀତୀ ପୁନମ୍ କହଁର କହିଥିଲେ କି ରାଜ୍ୟରେ ଦବଲ୍ ଈଂଜିନ୍ ସରକାର ବିଫଳ ହାଇଛନ୍ତି ।ମହୋନ ସରକାର ଓଡ଼ିଶାରେ କ୍ଷମତାକୁ ଆସିବା ଦିନଠାରୁ ରାଜ୍ୟରେ ଛାତ୍ରୀ ବଳାତ୍କାର,ନାରୀ ନିର୍ଯାତନା ଓ ନାବାଳିକା ମାନେ ସ୍କୁଲ ଓ କଲେଜ ରେ ଗର୍ଭବତୀ ହେବା ଘଟଣା ଦିନ କୁ ଦିନ ବଢିବାରେ ଲାଗିଛି । ଆଜି ମହିଳା ମାନେ ରାସ୍ତାରେ ସୁରକ୍ଷିତ ଭାବରେ ଯାଇପାରୁ ନାହାନ୍ତି ।ମହୋନ ସରକାର ନାରୀ ମାନଙ୍କୁ ସୁରକ୍ଷା ଦେଇନପ।ରୁଥିବାରୁ ସରକାର ରେ ରହିବା ହକଦାର ନାହିଁ, ତୁରନ୍ତ ଇସ୍ତଫା ଦିଅ ବଲି ଶ୍ରୀମତୀ କହଁର କହି ଥିଲେ ।ଏହି କାର୍ଯ୍ୟ କ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷ। ନନ୍ଦିନୀ ମଲିକ୍, ଜିଲ୍ଲାପରିଷଦ ଉପ। ଧ୍ୟ କ୍ଷ। ଶ୍ରୀମତୀ ସାଇ ବାଣୀ ନାୟକ,ଫୁଲବାଣୀ ପୌରପରିଷଦର ଅଧକ୍ଷ। ଶ୍ରୀମତୀ ପା ୟେଲ୍ ବେହେରା, ଜେଲିନ। ପ୍ରିୟଦର୍ଶନ, ସମସ୍ତ ବ୍ଲକର ବ୍ଲକ ଚୈର୍ ମ୍ୟାନ,ବିଭିନ୍ନ ପଞ୍ଚାୟତ ରୁ ବିଜୁଜନତା ଦଳ କର୍ମ କର୍ତ୍ତା ପୂର୍ବତନ ନଗର ମହିଳା ସଭାନେତ୍ରୀ ଲଳିତା ମୁନି ପୂର୍ବତନ କାଉନସିଲର ଶ୍ରୀମତୀ ସ୍ଵର୍ଣ୍ଣ ବେହେର, ସବ୍ନମ୍ କହଁର, ଓ ଜିଲ୍ଲାର ହଜାର ହଜାର ସଖ୍ୟାରେ ରେ ମହିଳା ମାନେ ଏହି କାର୍ଯ୍ୟ କ୍ରମରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *