ମୋଦୀଙ୍କ ଶୁଭ ମନାସି ନବଗ୍ରହ ପୂଜକଙ୍କ ଦୀପଦାନ

କୋଣାର୍କ – କୋଣାର୍କରେ ନରେନ୍ଦ୍ର ମୋଦୀଙ୍କ ଶୁଭ ମନାସି ନବଗ୍ରହ ପୂଜକ ମାନେ ଦୀପଦାନ କରିଛନ୍ତି। ଭାରତର ଜସ୍ୱଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନ ଅବସରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟରେ ଥିବା ନବଗ୍ରହ ମନ୍ଦିରରେ ପୂଜକ ମାନେ ଦୀପ ଦାନ କରି ଶୁଭକାମନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିରାମୟ ଜୀବନ ଓ ରାଜନୈତିକ ଜୀବନ ସୁଖ ଓ ସମୃଦ୍ଧି ପାଇଁ ଶୁଭ କାମନା କରି ନବଗ୍ରହ ପୂଜକ ମାନେ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଦୀପଦାନ କରିଥିଲେ। ପୂଜକ କ୍ଷେତ୍ରମୋହନ ପାଢ଼ୀ, ଧରଣୀଧର ପଣ୍ଡା, ବିଭୂତି ପାଢ଼ୀ, ଦୁର୍ଗା ପ୍ରସାଦ ପାଢୀ, ରବୀନ୍ଦ୍ର ନାଥ ପଣ୍ଡା, ସନ୍ତୋଷ ପଣ୍ଡା, ପ୍ରମୋଦ ପଣ୍ଡା ଓ ଲିଙ୍ଗରାଜ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମୋଦୀଙ୍କ ଶୁଭ କାମନା କରିଥିଲେ।

Leave a Reply

Your email address will not be published. Required fields are marked *