ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ ଓ ସୁକନ୍ୟା ସମୃଦ୍ଧି ଖାତା ଖୋଲା ଅଭିଯାନ

ଭଦ୍ରକ, ୧୭/୦୯: ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ବୃକ୍ଷ୍ୟ ରୋପଣ ତଥା ସୁକନ୍ୟା ସମୃଦ୍ଧି ସଚେତନତା ଓ ଖାତା ଖୋଲା ଅଭିଯାନ ଦଧିବାମନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବୃକ୍ଷ୍ୟ ରୋପଣ ସଚେତନତା ରାଲି ଓ ପରେ ବିଦ୍ୟାଳୟ ପରିସରରେ ବୃକ୍ଷ୍ୟ ରୋପଣ କର ଯାଇଥିଲା। ପିଲାମାନଙ୍କୁ ସଂଚୟର ମୂଲ୍ୟ ବୁଝେଇବା ପାଇଁ ବୃକ୍ଷ୍ୟ ଗୁଡ଼ିକୁ ସଞ୍ଚୟ ବୃକ୍ଷ୍ୟ ନାମରେ ନାମିତ କରାଯାଇଥିଲା। ତତ୍ପରେ ସୁକନ୍ୟା ସମୃଦ୍ଧି ସଚେତନତା ଶିବିର ଆୟୋଜନ କରାଯାଇଥିଲା। ସଭାରେ ସଭାପତିତ୍ବ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ ମହୋଦୟ। ଏହି ସଭାରେ ଅତିଥି ଭାବରେ ଅତିରିକ୍ତ ଶିକ୍ଷ୍ୟା ଅଧିକାରୀ, ଗୋଷ୍ଠି ଶିକ୍ଷ୍ୟା ଅଧିକାରୀ, ଜିଲ୍ଲା ଅର୍ଥିକ ସେବା ଓ ସଞ୍ଚୟ ଅଧିକାରୀ, ପଦ୍ମନ୍ କୁମାର ରାୟ, ପୂର୍ବତନ ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ, ଦଧିବାମନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହେଡ ମାଷ୍ଟର ଯୋଗ ଦେଇଥିଲେ।

ସୁକନ୍ୟା ସମୃଦ୍ଧି ସଚେତନତା ଶିବିର ରେ ଅତିରିକ୍ତ ଜିଲ୍ଲାପାଳ ମହୋଦୟ ସଭାରେ ଯୋଗ ଦେଇଥିବା ଅଭିଭାବକ ମାନଙ୍କୁ ଏହି ଯୋଜନାରେ ଶିଶୁ କନ୍ୟା କୁ ଯୋଡ଼ି ସଞ୍ଚୟ କରିବା ପାଇଁ ଅନୁପ୍ରାଣିତ କରିଥିଲେ। ସଭା କାର୍ଯ୍ୟ ଶେଷ ପରେ ସୁକନ୍ୟା ସମୃଦ୍ଧି ଯୋଜନାରେ ଖାତା ଖୋଲା ବ୍ୟବସ୍ଥା କରା ଯାଇଥିଲା ଡାକ ବିଭାଗର ସହାୟତାରେ। ବିଦ୍ୟାଳୟ ଗୁଡିକରେ କନ୍ୟା ମାନଙ୍କ ଉଦ୍ଦେଶ୍ୟରେ ସହଜରେ ଆକାଣ୍ଟାଣ୍ଟ ଖୋଲିବାର ସୁବିଧା ଯୋଗାଇ ଦେବା ଏହି ଅଭିଯାନର ଲକ୍ଷ୍ୟ।

Leave a Reply

Your email address will not be published. Required fields are marked *