ସ୍କୁଟିରୁ ପଡି ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ।ମାଙ୍କଡ ସାଜିଲା କାଳ।
ରଘୁନାଥପୁର:- ୧୭/୯( ) କିଶନନଗର ଥାନା ଅନ୍ତର୍ଗତ କଟକ ପାରାଦୀପ ରାସ୍ତାର ନାନପୁର ଠାରେ ସ୍କୁଟି ଆଗକୁ ମାଙ୍କଡ ପଶିଯିବାରୁ ବିରିଡି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ ରେଣୁବାଳା ନାୟକ ୫୯ ।ସେ ଦୀର୍ଘ ବର୍ଷ ଧରି ରଘୁନାଥପୁର ଥାନା ଗୋକୁଳପୁର ସ୍ଥିତ ପୈତୃକ ଘରେ ସ୍ଵାମୀ ମହେନ୍ଦ୍ର କୁମାର ରାଉତଙ୍କ ସହ ରହୁଥିଲେ।ବୁଧବାର ଦିନ ୨ଟା ସମୟରେ ରେଣୁବାଳା ସ୍ୱାମୀ ମହେନ୍ଦ୍ରଙ୍କ ସହ ବିରିଡି ମେଡିକାଲରୁ କାର୍ଯ୍ୟ ସାରି ଘରକୁ ଫେରୁଥିଲେ।ହଟାତ ଏକ ମାଙ୍କଡ ସ୍କୁଟି ଆଗରେ ପିଟି ହୋଇଯିବାରୁ ଭାରସାମ୍ୟ ହରାଇ ରେଣୁବାଳା କଂକ୍ରିଟ ରାସ୍ତା ଉପରେ ପଡି ଯାଇଥିଲେ।ତାଙ୍କ ମୁଣ୍ଡ ରାସ୍ତାରେ ପିଟି ହୋଇ ଅତ୍ୟଧିକ ରକ୍ତସ୍ରାବ ହୋଇଟଥିଲା।ସେ ତଳେ ପଡି ଗୁରୁତର ହୋଇ ପଡ଼ିଥିଲେ।

ଏହାଛଡା ମହେନ୍ଦ୍ର ମଧ୍ୟ ତଳେ ପଡି ଆହାତ ହୋଇଥିଲେ।ଖବର ପାଇ କିଶୋରନଗର ଥାନା ପୋଲିସ ପଂହଁଚି ଗୁରୁତ୍ୱର ସ୍ୱାମୀ ସ୍ତ୍ରୀ ଙ୍କୁ ରଘୁନାଥପୁର ମେଡିକାଲକୁ ଆଣିଥିଲେ।ସେଠାରେ ଡାକ୍ତର ରେଣୁବାଳାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ସ୍ୱାମୀ ମହେନ୍ଦ୍ର ଗୁରୁତ୍ୱର ଆହତ ହୋଇ ରଘୁନାଥପୁର ମେଡିକାଲରେ ଚିକିତ୍ସା ହେଉଛନ୍ତି।ମୃତ ମହିଳା ସ୍ୱାସ୍ଥ୍ୟ କର୍ମୀ ଆସନ୍ତା ଅକଟୋବର ମାସରେ ଅବସର ନେଇଥାନ୍ତେ।ପୁତ୍ର ଜ୍ୟୋତିରଂଜନଙ୍କ ଅଭିଯୋଗ କ୍ରମେ ଥାନାରେ କେସ ନଂ ୨୪୬/୨୫ ରୁଜୁ ହୋଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ପଠାଯାଇ ଥିବାର ଆଇଆଇସି ଦୁର୍ଗେଶନନ୍ଦିନୀ ମହାନ୍ତି ପ୍ରକାଶ କରିଛନ୍ତି।
