ବ୍ୟାସନଗର ସ୍ଥିତ ନନ୍ଦରାମ ବାଟିକାରେ ରକ୍ତଦାନ ଶିବିର
ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ପକ୍ଷରୁ ବ୍ୟାସନଗର ସ୍ଥିତ ନନ୍ଦରାମ ବାଟିକାରେ ରକ୍ତଦାନ ଶିବିର,ରକ୍ତଦାନ କରି ଉତ୍ସାହିତ କଲେ ଏସପି ୟସ ପ୍ରତାପ ଶ୍ରୀମଲ l ଆଜି ଯାଜପୁର ରୋଡ ଜୈନ ସଙ୍ଘ ସଭାପତି ପଦ୍ମ ଚାନ୍ଦ ସେଠିଆଙ୍କ ନେତୃତ୍ୱରେ ଆୟୋଜିତ ରକ୍ତଦାନ ଶିବିରରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସନାୟକ ଓ ଯାଜପୁର ଏସପି ୟସ ପ୍ରତାପ ଶ୍ରୀମଲ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ l ପ୍ରକାଶ ଯୋଗ୍ୟ ଆଜିର ଦିନରେ ସାରା ବିଶ୍ୱରେ ଅଖିଳ ଭାରତୀୟ ତେରାପନ୍ଥ ଯୁବକ ସଙ୍ଘ ପକ୍ଷରୁ ରକ୍ତଦାନ ଶିବିର କରାଯାଇଛି l ଏହି ପରିପକ୍ଷରେ ଯାଜପୁର ଏସପି ୟସ ପ୍ରତାପ ଶ୍ରୀମଲ ରକ୍ତଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସରରେ ମାରୁଆଡ଼ି ସମାଜ ସମେତ ବିଭିନ୍ନ ସଂଗଠନ ସଦସ୍ୟ, ଯୁବକ,ଯୁବତୀ ଉପସ୍ଥିତ ରହି ରକ୍ତଦାନ କରିଥିଲେ l
