ଏକ ପେଡ ମା କେ ନାମ ୨.୦ ଅଭିଯାନରେ ଜିଲ୍ଲାସ୍ତରୀୟ ସମୂହ ବୃକ୍ଷ ରୋପଣ

କୋରାପୁଟ,୧୭।୯()କୋରାପୁଟ ଜିଲ୍ଲାରେ ଏକ ପେଡ ମା କେ ନାମ ୨.୦ ଅଭିଯାନରେ ସମୂହ ବୃକ୍ଷ ରୋପଣ କରାଯାଇଛି। ସ୍ଥାନୀୟ ଏସଓଜି କ୍ୟାମ୍ପସ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ନିଜେ ଗୋଟିଏ ବୃକ୍ଷ ରୋପଣ କରିଥିଲେ।କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଆଇଏଏସ ପ୍ରୋବେସନାରୀ ସନ୍ତୋଷ କୁମାର ପାତ୍ର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ଏସଓଜି ଦୂର୍ଗପତି, କୋରାପୁଟ ବନଖଣ୍ଡ ଅଧିକାରୀ କେ ଭି ଭାସ୍କର ରାଓ ପ୍ରମୁଖଙ୍କ ସହ ସ୍କୁଲ

ଛାତ୍ରଛାତ୍ରୀ,ଅନ୍ୟାନ୍ୟ ସରକାରୀ ଅଧିକାରୀ ,ଏସଓଜି ଯବାନ ଓ ପୋଲିସ ଅଧିକାରୀ ମାନେ ଯୋଗଦେଇ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିଲେ। କୋରାପୁଟ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ,ବିଦ୍ୟାଳୟ ,ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ମାନଙ୍କ ଦ୍ବାରା ୧୦ ଲକ୍ଷ ୭୩ ହଜାର ୭୨୭ ଗୋଟି ବୃକ୍ଷ ରୋପଣ କରାଯାଇଛି ବୋଲି କୋରାପୁଟ ବନଖଣ୍ଡ ଅଧିକାରୀ କେ ଭି ଭାସ୍କର ରାଓ କହିଛନ୍ତି।କୋରାପୁଟ ବନଖଣ୍ଡ ଅଧିକାରୀ କେ ଭି ଭାସ୍କର ରାଓ ଯୋଗଦେଇ ପରିଚାଳନା କରିଥିବା ବେଳେ କୋରାପୁଟ ବନାଞ୍ଚଳ ଅଧିକାରୀ ଏସ କେ ପାହାଡ ସିଂ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *