ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ଙ୍କ୧୩୮ତମ ଜନ୍ମଦିବସ ପାଳିତ

ତିର୍ତ୍ତୋଲ:ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଭିନ୍ନ ସତସଙ୍ଗ ମନ୍ଦିର ସତସଙ୍ଗ ବିହାର ଓ ସତସଙ୍ଗ କେନ୍ଦ୍ରରେ ପରମ ପ୍ରେମମୟ ଯୁଗପୁରୁଷୋତ୍ତମ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ଙ୍କ୧୩୮ତମ ଆର୍ବିଭାବ ଦିବସ ଭାଦ୍ର ୩୦ଦିନ ସାଡ଼ମ୍ବରେ ବିଭିଧ ମାଙ୍ଗଳିକ ଅନୁଷ୍ଠାନ ସହିତ ପାଳିତ ହେଇଯାଇଛି। ଝଙ୍କଡ଼ ସତସଙ୍ଗ କେନ୍ଦ୍ର ଇଂଚାର୍ଜ ଜ୍ଞାନଜ ସାମନ୍ତରାୟ ଙ୍କ ପରିଚାଳନାରେ ମୁଖ୍ୟ ଆଲୋଚକ ପ୍ରମୋଦ କୁମାର ପଣ୍ଡା, ରାହମା ସତସଙ୍ଗ ବିହାର ରେ ଇଂଚାର୍ଜ ବିଜୟ କୁମାର ମହାନ୍ତି ଙ୍କ ପରିଚାଳନାରେ ମୁଖ୍ୟ ଆଲୋଚକ ଶିବାଜୀ ଚରଣ ମହାନ୍ତି,ଅଧ୍ୟାପକ ଦୀପକ କୁମାର ପରିଡା, ଓକଲା ସତସଙ୍ଗ ବିହାରରେ ସ. ପ୍ର .ଋ.ଅକ୍ଷୟ କୁମାର ପାଳ ଙ୍କ ପରିଚାଳନା ରେ ମୁଖ୍ୟ ଆଲୋଚକ କୈଳାସ ଚନ୍ଦ୍ର ଦଳାଇ,ନୂଆପୋଖରୀ ସତସଙ୍ଗ କେନ୍ଦ୍ରରେ ଇଂଚାର୍ଜ ହେମନ୍ତ ବର୍ଦ୍ଧନ ଙ୍କ ପରିଚାଳନାରେ ମୁଖ୍ୟ ଆଲୋଚକ ଭାବେ ପଣ୍ଡିତ, ଶିକ୍ଷାବିତ ସ.ପ୍ର.ଋ. ହୃଷିକେଶ ଆଚାର୍ଯ୍ୟ, ଯୋଗଦେଇ ପରମ ପୁରୁଷ ଶ୍ରୀଶ୍ରୀଠାକୁର ଙ୍କ ଦିବ୍ୟ ଭାବାଦର୍ଶ ଆଲୋଚନା କରିଥିଲେ।ଏହି ଅବସରରେ ରାହମା ସତସଙ୍ଗ ବିହାର ପରିସରରେ ସମାଜସେବୀ ପ୍ରତାପ ଦାସ ସ୍ୱସ୍ତି ପତ୍ତାକା ଉତ୍ତଳନ କରିବାସହିତ ବୃକ୍ଷରୋପଣ କରିଥିଲେ।ସେହିପରି ମତ୍ତାଗଜପୁର ସତସଙ୍ଗ ବିହାର ଠାରେସ.ପ୍ର.ଋ. ଡ଼. ନଗେନ୍ଦ୍ରନାଥ ସ୍ବାଇଁ ଙ୍କ ପରିଚାଳନାରେ କର୍ମୀ ନିର୍ମଳ ଚନ୍ଦ୍ର ଜେନା ଯୋଗଦେଇ ଥିବାବେଳେ ସ. ପ୍ର. ଋ. ରତ୍ନାକର ନାୟକ, ବାନମ୍ବର ପୃଷ୍ଠି ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *