ପଠାଣି ସାମନ୍ତ ପ୍ଲାନେଟରିୟମ ପରିସରରେ ଚାରା ରୋପଣ

ଭୁବନେଶ୍ବର- ତା.୧୭.୦୯.୨୦୨୫:ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଆରମ୍ଭ ହୋଇଥିବା ‘ଏକ ପେଡ୍ ମା କେ ନାମ ୨.୦’ ଅଭିଯାନରେ ସାମିଲ ଆଜି ପଠାଣି ସାମନ୍ତ ପ୍ଲାନେଟରିୟମ ପରିସରରେ ଚାରା ରୋପଣ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପରାମର୍ଶରେ ପଠାଣି ସାମନ୍ତ ପ୍ଲାନେଟରିୟମ ପରିସରରେ ଚାରାରୋପଣ କରାଯାଇଛି। ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି, ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ବିଦ୍ୟୁତ ପ୍ରଭା ରାଉତ,ପ୍ଲାନେଟରିୟମ ନିର୍ଦ୍ଦେଶକ ଶ୍ରୀମତୀ ଉର୍ମିପ୍ରଭା ମହାରଣା ପ୍ରମୁଖ ଯୋଗଦେଇ ପରିସରରେ ଚାରା ରୋପଣ କରିଛନ୍ତି । ଏହି ଅବସରରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *