ମହାବିଦ୍ୟାଳୟରେ ଏକ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମ
ମହାବିଦ୍ୟାଳୟରେ ଏକ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମ
୧୭.୯.୨୫/ଗୋଡିପଡା /ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଡ଼ିପଡ଼ାର ରାଷ୍ଟ୍ରୀୟ ସେବା ଯୋଜନା (ଏନ୍ ଏସ୍ ଏସ୍ ) ବିଭାଗଦ୍ଵାରା ଏକ ପେଡ ମା କେ ନାମ୍ ମହୋତ୍ସବ ୨.0 ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଚସ୍ପତି ଓଡ଼ିଶା ବିଧାନସଭା ଶ୍ରୀଯୁକ୍ତା ସୁରମା ପାଢ଼ୀ ଯୋଗଦେଇ ଗଛ ହିଁ ଜୀବନର ଆଧାର ବୋଲି କହିଥିଲେ। ଗଛ ରହିଲେ ଆମେ ହିଁ ବଞ୍ଚିବା, ଏହା ହିଁ ଆମ ସଂକଳ୍ପ ହେଉ। ମହା ବିଦ୍ୟାଳୟର ଅଧ୍ୟକ୍ଷା ଡ: ଉଷାରାଣୀ ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। । ସମ୍ମାନିତ ଅତିଥି ଭାବେ ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ ଓ ସମିତିସଭ୍ୟ ବସନ୍ତ କୁମାର ମହାନ୍ତି ତଥା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ କାର୍ଯ୍ୟକ୍ରମର ମହତ୍ତ୍ଵ ଉପସ୍ଥାପନ କରି ଥିଲେ।

ଅଧ୍ୟାପକ ପୁଲକ କୁମାର୍ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗଙ୍ଗାଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଡଃ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟ ପରିସରରେ ୧୦୦ରୁ ଅଧିକ ଚାରା ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ,ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଗଣ ପୂର୍ଣ୍ଣ ସହଯୋଗ କରିଥିଲେ।
