ଜିଲ୍ଲା ଶ୍ରମ ଅଧିକାରୀଙ୍କ ମହାନିୟତା

ଜିଲ୍ଲା ଶ୍ରମ ଅଧିକାରୀଙ୍କ ମହାନିୟତା, ଗାଁ କୁ ଗାଁ ଯାଇ ଶ୍ରମିକଙ୍କ ସମସ୍ୟା ବୁଝି ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରି ଲୋକଙ୍କ ପ୍ରଶଂସା ସାଉଁଟି ଚାଲିଛନ୍ତି

ବୌଦ୍ଧ : ସରକାର ବଦଳିବା ପରେ ବଦଳିଛି ଅଧିକାରୀଙ୍କ ନୀତିନିୟମ। ଇତି ମଧ୍ୟରେ ଗାଁ କୁ ଗାଁ ଯାଇ ଶ୍ରମିକ ମାନଙ୍କ ପାଖରେ ନିଜେ ପହଂଚି ଶ୍ରମିକଙ୍କ ସମସ୍ୟା ବୁଝିବା ସହିତ ସାହାଯ୍ୟ କରିବା ଦିଗରେ ବହୁବିଧ ପଦକ୍ଷେପ ଗ୍ରହଣ କରିବା ସହିତ କିଭଳି ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ହେବ ସେ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ଭାରାପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ କନ୍ୟା କୁମାରୀ ସାହୁ। ସୂଚନା ଥାଉକି ନିର୍ମାଣ ଶ୍ରମିକଙ୍କ ବିବାହ ସହାୟତା, ମୃତ୍ୟୁକାଳୀନ ସହାୟତା, ଅନ୍ତେଷ୍ଟିକ୍ରିୟା ସହାୟତା, ଶିକ୍ଷାଗତ ସହାୟତା କିଭଳି ସୁବିଧାରେ ପାଇ ପାରିବେ ସେନେଇ ନିଜେ ଭାରାପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ କନ୍ୟା କୁମାରୀ ସାହୁ ଶ୍ରମିକ ମାନଙ୍କ ପାଖକୁ ଯାଇ ସହାୟତା ପ୍ରଦାନ ପାଇଁ ଆବଶକୀୟ କାଗଜପତ୍ର ଯାଞ୍ଚ କରିବା ସହିତ ବହୁବିଧ ପଦକ୍ଷେପ ଗ୍ରହଣ କରି ଲୋକ ମାନଙ୍କ ପ୍ରଶଂସାର ପାତ୍ର ପାଲଟିପାରିଛନ୍ତି।ଶ୍ରମ ଅଧିକାରୀଙ୍କ ଏଭଳି ପ୍ରୟାସ କୁ ଦୃଷ୍ଟିରେ ରଖି ଲୋକମାନେ ତାଙ୍କୁ ପ୍ରଶଂସା କରୁଥିବା ଜଣାପଡ଼ିଛି। ଶ୍ରମିକ ମାନେ କିଭଳି ବିଭିନ୍ନ କାର୍ଯ୍ୟ ପାଇଁ ଦଲାଲଙ୍କ ହାତରେ ନ ପଡ଼ି ଅତି ସୁବିଧାରେ ସରକାରଙ୍କ ତରଫରୁ ଆସୁଥିବା ସମସ୍ତ ସହଯୋଗ ପାଇ ପାରିବେ ସେନେଇ ମୋର ଏହି ପଦକ୍ଷେପ ବୋଲି କହିଛନ୍ତି ଶ୍ରମ ଅଧିକାରୀ ।

Leave a Reply

Your email address will not be published. Required fields are marked *