ବ୍ରହ୍ମ ଜଗନ୍ନାଥ ମିଶନ ତରଫରୁ ସାମୁହିକ ବୃକ୍ଷ ରୋପଣ
କୁଜଙ୍ଗ-୧୮/୯-ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିନ ପାଳନ ଅବସରରେ କୁଜଙ୍ଗ ବ୍ଲକ ଅନ୍ତର୍ଗତ ତାଳଦଣ୍ଡା ସ୍ଥିତ ବ୍ରହ୍ମ ଜଗନ୍ନାଥ ମିଶନ ତରଫରୁ ନିକଟସ୍ଥ ବାଗୋଇ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡିଙ୍କ ପ୍ରାଙ୍ଗଣରେ ମିଶନର ସଂସ୍ଥାପକ ତଥା ଅଧ୍ୟକ୍ଷ ସଂଜୀବ କୁମାର ମୁଦୁଲି, ବିଶ୍ୱଜିତ୍ ଦାଶ, ମନିଷା ଦାଶ, କବିଶ୍ରୀ ଡଃ ସୁରେଶ କୁମାର ପ୍ରଧାନ,ଚନ୍ଦ୍ରକାନ୍ତି ପଲେଇ, କବୀ ରୁନିବାଳା ମଲ୍ଲିକ,ଅଶୋକ କୁମାର ମଲ୍ଲିକ,କୁଜଙ୍ଗ ମଣ୍ଡଳ ପୂର୍ବତନ ସଭାପତି ବାବାଜୀ ମହାପାତ୍ର, ବିରେନ୍ଦ୍ର ରାଉତ,ମନୋରଞ୍ଜନ ସାହୁ, ଉମାକାନ୍ତ ପରିଡ଼ା,ବିଶ୍ବମ୍ବର ରାଉତ,ସୋମନାଥ ମଲ୍ଲିକ,ମନୋରଞ୍ଜନ ମଲ୍ଲିକ, ମତାଜୀ ପ୍ରଧାନ,ସସ୍ମିତା ପ୍ରଧାନ,ସୁକାନ୍ତ ଶୁକ୍ଳ, ଅକ୍ଷୟ ମଲ୍ଲିକ, ଅମିତା ପ୍ରଧାନ,ସଂଗ୍ରାମ ପରିଜା,ସମିତି ସଭ୍ୟ ପ୍ରଦୀପ ବେହେରା,ଶୈଳବାଳା ରାଉତ,ରଞ୍ଜନ

ବିଶ୍ଵାଳ ପ୍ରମୁଖ ଉଚ୍ଚ ମାନର ବାରମାସୀ ଆମ୍ବ ଚାରା ରୋପଣ କରି ଗ୍ରାମବାସୀଙ୍କ ବିଶ୍ୱାସ ଭାଜନ ହେବା ସହିତ ପରିବେଶ ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରିଥିଲେ। ପୁନଶ୍ଚ ଉକ୍ତ ଗ୍ରାମର ପଞ୍ଚାୟତ ହାଇସ୍କୁଲ ପରିସରରେ ଶିକ୍ଷକ ଅଜୟ କୁମାର ଲେଙ୍କା, ରଶ୍ମିକାନ୍ତ ଦାସ, ବୈକୁଣ୍ଠ ବିହାରୀ ନାୟକ ଓ ଶିକ୍ଷୟିତ୍ରୀ ଉର୍ମିଳା ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଜଶସ୍ଵୀ ପ୍ରଧାନମନ୍ତ୍ରୀଙ୍କ ଶୁଭ ଜନ୍ମଦିନ ସେବାପକ୍ଷ ପାଳନ ଅବସରରେ ବ୍ରହ୍ମ ଜଗନ୍ନାଥ ମିଶନ ତରଫରୁ ୭,୫୦୦ ବୃକ୍ଷ ରୋପଣ କରାଯିବ ବୋଲି ବ୍ରହ୍ମ ଜଗନ୍ନାଥ ମିଶନର ସଂସ୍ଥାପକ କ୍ୟାପଟେନ ସଂଜୀବ କୁମାର ମୁଦୁଲି ଘୋଷଣା କରିଛନ୍ତି।
