ମୋଦିଙ୍କ ଜନ୍ମ ଦିନରେ ଖୁସୀ ମନାଇଲେ ସୁଭଦ୍ରା ଭଉଣୀମାନେ
ମୋଦିଙ୍କ ଜନ୍ମ ଦିନରେ ଖୁସୀ ମନାଇଲେ ସୁଭଦ୍ରା ଭଉଣୀମାନେ । କନ୍ଧମାଳ ଜିଲ୍ଲା ବାଲିଗୁଡା ସବଡ଼ିଭିଜନ ରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ୭୫ତମ ଜନ୍ମ ଦିବସରେ ବାଲିଗୁଡାରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଛି । ବାଲିଗୁଡା ମହିଳା ଓ ଶିଶୁ ବିକାଶ ବିଭାଗରେ ସିଡିପିଓ ଶ୍ରୀମତୀ କ୍ରିଷ୍ଣା ପଣ୍ଡା ଙ୍କ ତତ୍ୱାବଧାନରେ ଶିଶୁ ପର୍ଯ୍ୟବେକ୍ଷିକା ମାନେ ଓ ଅଙ୍ଗନୱାର୍ଡି କର୍ମୀ ମାନେ ବୃକ୍ଷରୋପଣ କରିଥିଲେ ।ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନରେ ଜନ୍ମ ଦିନରେ କେକ କାଟି ସମ୍ମାନ ଜଣାଇ କେକ ଖାଇଥିଲେ । ଏକ ହର୍ଷ ଉଲ୍ଲାସ ପରିବେଶ ରେ ଖୁସୀ ମନେଇଥିଲେ । ରାସ୍ତାକଡ଼ରେ ନିମ୍ବ, ଆମ୍ବ, ଚମ୍ପା, ବଉଳ, ପ୍ରଭୃତି ଗଛ ଲଗାଇଥିଲେ । ବଗିଚା ଓ ଅଫିସ ପରିସର ମଧ୍ୟରେ ଓ ଚଉଦ ଟି ପଞ୍ଚାୟତ ରେ ଅନ୍ୟୁନ ଚାରିଲକ୍ଷ୍ୟ ବୃକ୍ଷ ରୋପଣ କରାଯାଇଛି ବୋଲି କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ଥାନା, ମହିଳା ଶିଶୁ ବିକାଶ, ଅଗ୍ନିଶମ, ତହସିଲ, ମହାବିଦ୍ୟାଳୟ,, ଜେଲ, ପୂର୍ତ୍ତ, ହାଇସ୍କୁଲ, ଜଙ୍ଗଲ, ଆଇ ଟି ଡି ଏ, ଉପଜିଲ୍ଲାପାଳ, ଅବକାରୀ ଓ ସ୍ୱାସ୍ଥ୍ୟ ବିଭାଗ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଫିସର ମାନଙ୍କ ବ୍ୟତୀତ ସାଂସଦ, ଜିଲ୍ଲାପାଳ ବେଦଭୂଷଣ, ଏସପି ଡ଼, ହରିଶ ବି ସି,, ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ, ଦୀପ୍ତି ରେଖା ବେହେରା, ଉପଜିଲ୍ଲାପାଳ ଭିକାରି ସାହୁ, ପି ଏ ଆଇ ଟି ଡି ଏ ଗଦାଧର ପାତ୍ର, ଏସ୍ଡ଼ିପିଓ ଶୁଭ୍ରଜିତ ବିଶ୍ୱାଳ, ଡ଼ ମହେନ୍ଦ୍ର ପ୍ରସାଦ, ଦାରିଙ୍ଗବାଡିର ଜାଗୃତି ମୁଖ୍ୟ କୈଳାଶ ଦଣ୍ଡ ପାଟ, ଇଂ ହରିଶଙ୍କର ରାଉତ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ପ୍ରମୁଖ ବୃକ୍ଷ ରୋପଣ କରିଥିଲେ ।
