Association of inner wheel clubs in India

ପୁରୀ, ତା 16.09.2025 ରିଖ ଦିନ Association of inner wheel clubs in India ତରଫରୁ ପୁରୀକ୍ଲବରେ ଆୟୋଜିତ ମହାର୍ଘ ସଭାରେ ମାସିଆନ ତେଲୁଗୁ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରବାସିନୀ ମିଶ୍ରଙ୍କୁ ତାଙ୍କର ଆଦର୍ଶ ଶିକ୍ଷାଦାନ ସୃଜନାତ୍ମକ ପ୍ରତିଭା ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ଶ୍ରୀମତୀ ମିଶ୍ର ଅନର୍ସ ସହ ସ୍ନାତକ,ସିଟି ,କମ୍ପ୍ୟୁଟର୍, stenography ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣେ ସୁନ୍ଦର ବ୍ୟକ୍ତିତ୍ୱ l ସେ ଆଦର୍ଶ ଶିକ୍ଷୟିତ୍ରୀ ସୁସାହିତ୍ୟିକା,ସଂଗଠିକା, ଆଧ୍ୟାତ୍ମିକ ପତ୍ରିକା ଦିବ୍ୟଦର୍ଶନ ଓ ସମ୍ପର୍କ ସାହିତ୍ୟର ସମ୍ପାଦିକା, ପ୍ରକୃତିପ୍ରେମୀ l ତାଙ୍କର ଅନେକ ସାହିତ୍ୟ ସୃଷ୍ଟି ବିଭିନ୍ନ ପତ୍ରପତ୍ରିକାରେ ଓ ଦୈନିକ ସମ୍ବାଦପତ୍ରରେ ପ୍ରକାଶିତ ହେଉଅଛି l ମହାଶୟାଙ୍କର ମନୋଜ୍ଞ କବିତା ସଂକଳନ ‘କଳ୍ପକଲ୍ଲୋଳ’ ଓ ଶିଶୁ କିଶୋର କବିତା ସଂକଳନ ” ଗୁଦୁଲୁ ଗାଦୁଲୁ ‘ ପ୍ରକାଶିତ ହୋଇ ବେଶ୍ ପ୍ରଶଂସିତ l ଏଭଳି ପ୍ରତିଭାମୟୀଙ୍କୁ ଚୟନ କରି ସମ୍ବର୍ଦ୍ଧିତ କରିଥିବାରୁ ଅତ୍ୟନ୍ତ ଗର୍ବ ଅନୁଭବ କରିଛନ୍ତି ବୋଲି ଅନୁଷ୍ଠାନର ସଭାପତି ,ସମ୍ପାଦିକା ଓ ସମସ୍ତ କର୍ମକର୍ତ୍ତା ତାଙ୍କ ବକ୍ତବ୍ୟରେ କହିଛନ୍ତି l

Leave a Reply

Your email address will not be published. Required fields are marked *