ବାଙ୍ଗୁରିଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ” ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ” ଶୁଭାରମ୍ଭ କଲେ ସାଂସଦ
କାକଟପୁର-; ୧୯.୦୯- କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ମିଳିତ ଆନୁକୁଲ୍ୟରେ ରାଷ୍ଟ୍ରୀୟ ପୋଷଣ ମାସ ଓ ମାତୃ ବନ୍ଦନା ଯୋଜନା ଅନୁଯାୟୀ ପୁରୀ ଜିଲ୍ଲା ବାଙ୍ଗୁରିଗାଁ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ” ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ” ଶୁକ୍ରବାର ପୂର୍ବାହ୍ନରେ ଶୁଭାରମ୍ଭ ହୋଇଯାଇଛି। ଜଗସିଂହପୁର ସାଂସଦ ଡଃ ବିଭୁ ପ୍ରସାଦ ତରାଇ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ମେଡ଼ିକାଲ ଅଧିକ୍ଷକ ଡଃ ଶାନ୍ତି ଭୂଷଣ ଜେନାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପ ସ୍ବାସ୍ଥ୍ୟ ଅଧିକାରୀ ନାରାୟଣ ପ୍ରାସାଦ ପଣ୍ଡା, ସାଂସଦ ଜିଲ୍ଲା ପ୍ରତିନିଧି ସୁଦର୍ଶନ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। ରାଷ୍ଟ୍ରର ସ୍ବାସ୍ଥ୍ୟ ପରିଦୃଶ୍ୟରେ ପରିବର୍ତ୍ତନ ଲକ୍ଷ ନେଇ ସାରା ଦେଶରେ ସମର୍ପିତ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ଶିବିର ଆୟୋଜନ, ରାଷ୍ଟ୍ରୀୟ ପୋଷଣ ମାସର ଉଦ୍ଘାଟନ ତଥା ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା

ଅଧିନରେ ମାତୃତ୍ବ ସେବା ପ୍ରଦାନ ଆଦି ବହୁବିଧ ସୁବିଧା ସୁଯୋଗର ଫାଇଦା ଉଠାଇବା ପାଇଁ ମହିଳା ମାନଙ୍କ ପାଇଁ ଏକ ଅତ୍ୟନ୍ତ ଜରୁରୀ ଓ ଆବଶ୍ୟକତା ନେଇ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ବୋଲି ଅତିଥି ମାନେ ସୁଚନା ଦେଇଥିଲେ। ଏହି ଅବସରରେ ମେଡ଼ିକାଲରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ପ୍ରାୟ ୫୦ ଜଣ ରକ୍ତଦାତା ସ୍ବେଚ୍ଛାସେବୀ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ସାଂସଦ ଡଃ ତରାଇ ଉପସ୍ଥିତ ଉତ୍ସାହିତ କରିଥିଲେ। ପରେ ପରେ ମେଡ଼ିକାଲ ପରିସରରେ “ଏକ ପେଡ ମା କେ ନାମ୍” ବାର୍ତ୍ତା ନେଇ ସାଂସଦ ବୃକ୍ଷ ରୋପଣ କରିଥଲେ। କାର୍ଯ୍ୟକ୍ରମକୁ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ଚନ୍ଦ୍ରମା ମିଶ୍ର ଓ ବ୍ଳକ୍ କାର୍ଯକ୍ରମ ପ୍ରବନ୍ଧକ ଅମିତ୍ କୁମାର ଉପାଧ୍ୟାୟ ପ୍ରମୁଖ ପରିଚାଳନା କରିଥିଲେ।
