ଭିଜିଲାନ୍ସ ଜାଲରେ କାଶୀପୁର ରେଞ୍ଜ ଅଫିସର ଆନ୍ତର୍ଯ୍ୟlମୀ ସାହୁ

୧୯/୦୯ )ରାଜ୍ୟରେ ଦୁର୍ନୀତି ର ଗନ୍ଥା ଘର ରାୟଗଡା ଜିଲ୍ଲା, କିନ୍ତୁ ଭିଜିଲାନ୍ସ ଚଢ଼ାଉ ର ପ୍ରମୁଖ ସ୍ଥାନ ହେଉଛି କାଶୀପୁର ବ୍ଲକ। ବର୍ଷକ ମଧ୍ୟରେ ବ୍ଲକ ର ବିଭିନ୍ନ ବିଭାଗରେ ଭିଜିଲାନ୍ସ ଚଢ଼ାଉ ରେ ଦଶୀ ସାବ୍ୟସ୍ତ ହୋଇ ଜେଲ ଯାଉଥିବା ବେଳେ ସୁଧୁରିବାର ନା ନେଉ ନାହାନ୍ତି ଅଧିକାରୀ ମାନେ। କାଶୀପୁର ବ୍ଲକସ୍ଥିତ କାଶୀପୁର ବନ ବିଭାଗ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ନଟି ଠିକଣାରେ ଅର୍ଥାତ ଜିଲ୍ଲା ବାହାରେ ଅଲଗା ଅଲଗା ସ୍ଥାନରେ ଆଜି ପାହାନ୍ତିଆ ୪ ଘଣ୍ଟା ସମୟ ଠାରୁ ଏକା ସଙ୍ଗେ ଖଳତାଳ ତଦନ୍ତ ଜାରିଥିବା ଦେଖିବାକୁ ମିଳିଛି।ସୂଚନାମୁତାବକ ବିଭାଗରେ ବଡ ଦୁର୍ନୀତି ହୋଇଥିବା ସହ ଆୟବହିର୍ଭୁତ ସମ୍ପତି ଥିବା ଭିଜିଲାନ୍ସ ବିଭାଗକୁ ହସ୍ତଗତ ହୋଇଥିବା ସୂଚନା ମିଳୁଛି।ଭିଜିଲାନ୍ସ ଚଢ଼ାଉ ବେଳେ ଅତିରିକ୍ତ SP ଭିଜିଲାନ୍ସ ଅନନ୍ତ ପ୍ରଶାଦ ମଲିକଙ୍କ ଉପସ୍ଥିତ ରେ ରାୟଗଡା ଭିଜିଲାନ୍ସ DSP ସୂର୍ଯ୍ୟକାନ୍ତି ଟାକିରି, ଭିଜିଲାନ୍ସ ଇନ୍ସପେକ୍ଟର ସୂର୍ଯ୍ୟ ପ୍ରକାଶ ନାଏକଙ୍କ ସମେତ ଏକ ଛଅ ଜଣିଆ ଟିମ ଯାଞ୍ଚ ରେ ସାମିଲ ହୋଇଥିଲେ।ବର୍ତମାନ ଦେଖିବାକୁ ବାକି ରହିଲା ଆଗକୁ କେଉଁ ପ୍ରକାର ପଦକ୍ଷେପ ନେଉଛି ଭିଜିଲାନ୍ସ ବିଭାଗ

Leave a Reply

Your email address will not be published. Required fields are marked *