ପୁଣି ସମୁଦ୍ରସ୍ନାନ ବେଳେ ମରଣ ମୁହଁରୁ ବଞ୍ଚିଲେ ପର୍ଯ୍ୟଟକ

ପୁଣି ପୁରୀ ସମୁଦ୍ର ସ୍ନାନ ସମୟରେ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ। ଭଲକରି ଦେଖନ୍ତୁ ଏ LIVE RESCUE VISUAL କୁ। କିଭଳି ଭାବରେ ଲାଇଫଗାର୍ଡ ମାନେ ଦେବଦୂତ ସାଜି ଗଭୀର ସମୁଦ୍ର ଭିତରକୁ ଲମ୍ଫ ମାରି ଜଣେ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଛନ୍ତି। ପଶ୍ଚିମବଙ୍ଗର ଗୋପାଳ ଆଇଚ୍ ନାମକ ଜଣେ ପର୍ଯ୍ୟଟକ ତାଙ୍କ ପରିବାର ସହ ହୋଟେଲ୍ ପାର୍କ ସମ୍ମୁଖ ବେଳାଭୂମିରେ ସ୍ନାନ କରିବା ସମୟରେ ରିପ୍ କରେଣ୍ଟ ସହ ବଡ ଲହଡି ମାଡରେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ। ତାଙ୍କ ପରିବାର ଲୋକେ ଏହା ଦେଖି ଲାଇଫଗାର୍ଡଙ୍କୁ ଖବର ଦେବାପରେ ସରକାରୀ ଲାଇଫଗାର୍ଡ ମାନେ ଗଭୀର ସମୁଦ୍ରକୁ ଯାଇ ଉକ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।

Leave a Reply

Your email address will not be published. Required fields are marked *