ରାଜ୍ୟ ସରକାରଙ୍କ ଚିଠି ଓ ଗୋଟେ କାମ ବନ୍ଦ କରିବାର ଦୃଶ୍ୟ

ପୁରୀରେ ବେଆଇନ ନିର୍ମାଣ ଉପରେ ବୁଲିବ ବୁଲଡୋଜର,Ar – ବେଆଇନ୍ ନିର୍ମାଣ ଉପରେ ଖୁବଶୀଘ୍ର ବୁଲିବ ବୁଲଡ୍ରୋଜର୍। ବେଆଇନ୍ ନିର୍ମାଣକାରୀଙ୍କୁ ଏଥର ଆଉ କ୍ଷମା ନାହିଁ। ବେଆଇନ୍ ନିର୍ମାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାପରେ ଆକ୍ସନ ମୁଡ୍ ରେ ରାଜ୍ୟ ସରକାର। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିବା ପରେ ବେଆଇନ୍ ନିର୍ମାଣକାରୀ ଏବଂ ବେଆଇନ୍ ନିର୍ମାଣକୁ ପ୍ରୋତ୍ସାହନ ଦେଇଥିବା ଅଧିକାରୀଙ୍କ ମନରେ ପଶିଲାଣି ଛନକା। ପୁରୀରେ ମୁନିସପାଲଟି ଏବଂ ପିକେଡିଏ ଠାରୁ ପ୍ଲାନ୍ ନେଇ ନିର୍ମାଣ କରିବା ବାଧ୍ୟତାମୂଳକ | କିନ୍ତୁ ଅନେକ ନିୟମ ବିରୋଧରେ ନିର୍ମାଣ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ନୋଟିସ କରାଯାଇଛି। ଗତ ତିନିବର୍ଷରେ 150 ଟି ବେଆଇନ୍ ନିର୍ମାଣ ଚିହ୍ନଟ ହୋଇଛି | ବେଆଇନ୍ ନିର୍ମାଣ ନେଇ ଅଭିଯୋଗ ପାଇଛୁ ଓ ଜିଲ୍ଲା ଉପକୂଳ ଅଞ୍ଚଳ ତଦାରଖ କମିଟି ( DCZMC ) ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପୁରୀ ବନଖଣ୍ଡ ଅଧିକାରୀ କହିଛନ୍ତି । ଭଲକରି ଦେଖନ୍ତୁ ଏ ଦସ୍ତାବିଜକୁ। ବେଆଇନ୍ ନିର୍ମାଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଯେଉଁଗୁଡିକ ସମ୍ପୂର୍ଣ୍ଣ ବେଆଇନ୍ ସେଗୁଡିକୁ ତୁରନ୍ତ ଉଚ୍ଛେଦ କରାଯିବ,,,ଉଚ୍ଛେଦ ବା କାର୍ଯ୍ୟାନୁଷ୍ଠାନ ନ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ନିଆଯିବ। ଏଭଳି ଏକ କଡା ଚିଠି ଆସିବା ପରେ ପୁରୀ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ପୁରୀ ପୌରସଂସ୍ଥା ଠାରୁ ଆରମ୍ଭ କରି ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ( PKDA ) ପର୍ଯ୍ୟନ୍ତ ଫାଇଲ୍ ଚଷିବା ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ବିଗତ ବିଜେଡି ସରକାରର 24 ବର୍ଷ ଶାସନ ସମୟରେ ଜିଲ୍ଲା ପ୍ରଶାସନ ପାଖରେ ପ୍ରାୟ 300 ରୁ ଉର୍ଦ୍ଧ୍ବ ବେଆଇନ୍ ନିର୍ମାଣ ଫାଇଲ୍ ପଡିରହିଛି। ବେଆଇନ୍ ନିର୍ମାଣ ଉପରେ ପିକେଡିଏ ତରଫରୁ ନୋଟିସ୍ ଲଗାଯାଉଥିବା ବେଳେ ପିକେଡିଏ ଅଧିକାରୀଙ୍କ ବିଷ୍ପୋରକ ବୟାନ୍ ଏବେ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତିନିବର୍ଷରେ ସମୁଦାୟ 150ଟି ବେଆଇନ୍ ନିର୍ମାଣ ସହ ପୁରୀ ବେଳାଭୂମିରେ CRZ ନିୟମ ଉଲଘଂନ କରି 200ରୁ ଉର୍ଦ୍ଧ୍ବ ବେଆଇନ୍ କନଷ୍ଟ୍ରକସନ୍ ହୋଇଥିବା ଖୋଦ୍ ପିକେଡିଏ ସଚିବ ଦୀଲିପ୍ ମହାରଣା ପ୍ରତିକ୍ରିୟା ଦେଇଛନ୍ତି। ଏଯାବତ 8 ଟି ବେଆଇନ୍ ନିର୍ମାଣ ଉପରେ ଇଲେକ୍ଟ୍ରି କନେକସନ୍ କଟା ଯାଇଥିବା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କଡାକଡି କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ପିକେଡିଏ ସଚିବ। ବାଇଟ୍1- ଦୀଲିପ୍ ମହାରଣା,,,PKDA SECRETARY ବା ପିକେଡିଏ ସଚିବବାଇଟ୍2- ମଗର ଧନଜୀ ରାଓସୋ,,,DFO,,,PURIବାଇଟ୍3-ଦିବ୍ୟଜ୍ୟୋତି ପରିଡା,,,ଜିଲ୍ଲାପାଳଭଲକରି ଦେଖନ୍ତୁ ବେଆଇନ୍ ନିର୍ମାଣ ଉପରେ ରୋକ୍ ଲଗାଇବାକୁ କିଭଳି ପ୍ରଶାସନ ତରଫରୁ ନୋଟିସ୍ ଲଗାଯାଉଛି। ଏଠି ପ୍ରଶ୍ନ ବେଆଇନ୍ ନିର୍ମାଣକୁ କିଏ ଦେଇଥିଲା ପ୍ରୋତ୍ସାହନ ??? ପିକେଡିଏ ଓ ମୁନିସପାଲଟି କର୍ତ୍ତୃପକ୍ଷ ଏ ସବୁ ବେଆଇନ ନିର୍ମାଣ ସମ୍ପର୍କରେ ଜାଣିଥିଲେ କି ନାହିଁ, ନା ନିଜ ପକେଟ ଗରମ ପାଇଁ ଜାଣି ମଧ୍ୟ ଚୁପ ରହିଥିଲେ, ଏ ସବୁ ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି | ପୁରୀରେ ଏଭଳି ବେଆଇନ୍ ନିର୍ମାଣକୁ ନେଇ ପୁରୀ ବାର୍ ଆସୋସିଏସନ ସମ୍ପାଦକ ତତ୍କାଳୀନ ବିଜେଡି ସରକାରଙ୍କୁ ଦାୟୀ କରିଥିବା ବେଳେ ଖୁବଶୀଘ୍ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଚ୍ଛେଦ କରାଯାଉ ବୋଲି କହିଛନ୍ତି। ପୁରୀ ହୋଟେଲ୍ ଆସୋସିଏସନ ସଭାପତି ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି ବିନା ପ୍ଲାନ୍ ରେ ବଡବଡ ହୋଟେଲ୍ କିମ୍ବା ଅଟାଳିକା କରୁଥିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ପୁରୀ ବିଧାୟକ କହିଛନ୍ତି ବେଆଇନ୍ ଜବରଦଖଲକୁ ସରକାର ଯଥାଶୀଘ୍ର ଉଚ୍ଛେଦ କରିବା ଉଚିତ ।

Leave a Reply

Your email address will not be published. Required fields are marked *