ରଘୁନାଥପୁରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ।

(ରଘୁନାଥପୁର ତା ୨୨.୯)ଗତ କାଲି ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଆରମ୍ଭ କରାଯାଇଥିଲା। ଏହାକୁ ତିର୍ତ୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଏକ ସୁସ୍ଥ ସମାଜ ଗଠନ ପାଇଁ ନାରୀମାନଙ୍କର ସୁସ୍ଥ ଓ ନିରୋଗୀ ରହିବା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ। ଏଥି ପାଇଁ ମହିଳାମାନେ ସରକାରଙ୍କ ପ୍ରାୟୋଜିତ ଯୋଜନାର ଭରପୁର ଫାଇଦା ଉଠାଇବା ପାଇଁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ନିୟମିତ ନିଜର ସ୍ବାସ୍ଥ୍ୟ ଯାଞ୍ଚ କରିବା, ଅଙ୍ଗନବାଡ଼ି କେନ୍ଦ୍ର ସହିତ ରୀତିମତ ଯୋଗାଯୋଗ ରଖିବା ଏବଂ ଏଥି ସହିତ ଆସନ୍ତା ସେପ୍ଟେମ୍ବର ୩ତାରିଖ ମଧ୍ୟରେ ଯେଉଁ ଆଶାକର୍ମୀ ଆଶାନୁରୂପକ କାର୍ଯ୍ୟ କରିଥିବେ ତାଙ୍କୁ ନିଜ ପକ୍ଷରୁ ପୁରସ୍କୃତ କରିବା ପାଇଁ ବିଧାୟକ ଘୋଷଣା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା, ଜିଲ୍ଲା ପରିଷଦ ସଦସ୍ୟା ରୀନାରାଣୀ ମଲ୍ଲିକ, ଇତିଶ୍ରୀ ମଲ୍ଲିକ, ସରପଂଚ ନଳୀନିପ୍ରଭା ମୁଦୁଲି, ଅମୀତା ଖୁଣ୍ଟିଆ , ପ୍ରଭାସିନୀ ପ୍ରଧାନ, ସୁଶିଲ ବାରିକ,ସ୍ଵାସ୍ଥ୍ୟ କେନ୍ଦ୍ରର ସୁପରିଟେନଣ୍ଡେଣ୍ଟ ଡ଼ାକ୍ତର ସୁକାନ୍ତ କୁମାର ଦଳେଇ, ସିଡ଼ିପିଓ ତୃପ୍ତିଲତା ମହାନ୍ତି,ପିଏଚଇଓ ତୃପ୍ତିମୟୀ ମହାପାତ୍ର, ବିପିଏମ ରଂଜିତା ସିଂହ,ବିଏଏମ ନିଖିଲ ସ୍ବାଇଁ,ବିଡିଏମ ଶୈଳେଶ ମିଶ୍ର, ଡାକ୍ତରଖାନାର ସମସ୍ତ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି ଓ ଆଶାକର୍ମୀ ମାନେ ସାମିଲ ରହିଥିଲେ।

Leave a Reply

Your email address will not be published. Required fields are marked *