ଭଦ୍ରକ ଜିଲ୍ଲାସ୍ତରୀୟ ୧୫୬ ତମ ଗାନ୍ଧୀ ଜୟନ୍ତି ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଭଦ୍ରକ ଜିଲ୍ଲାସ୍ତରୀୟ ୧୫୬ ତମ ଗାନ୍ଧୀ ଜୟନ୍ତି ପାଳନ ଉପଲକ୍ଷେ ପ୍ରସ୍ତୁତି l l ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୁଲ୍ୟରେ ୧୫୬ ତମ ଗାନ୍ଧୀ ଜୟନ୍ତୀ-2025 ପାଳନ ଉପଲକ୍ଷେ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସରୋଜ ଦତ୍ତ, ଅତିରିକ୍ତ ଉପଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡା ଅଧିକାରୀ ଶ୍ୟାମଳ ରାୟ, ଡେପୁଟି କଲେକ୍ଟର ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ, ଜିଲ୍ଲା ସଂସ୍କୃତି ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସଂପାଦକ, ଗାନ୍ଧୀ ଓଡିଶା ବାଳାଶ୍ରମ, ଗରଦପୁର, ଭଦ୍ରକ ଅଶୋକ କୁମାର ଦାସ, ଗାନ୍ଧି ବିଚାର ମଞ୍ଚର ସଂପାଦକ ସୁଧାକର ରାଉତ, ଗୌରହରି ନାୟକ,ପୌରପାଳିକା ଇଞ୍ଜିନିଅର ମନମୋହନ ମହାପାତ୍ର ଆଦି ଉପସ୍ଥିତ ଥିଲେ ।

ଉକ୍ତ ଆଲୋଚନାରେ ଭଦ୍ରକ ଜିଲ୍ଲା ସଦର ମହକୁମାରେ ଉକ୍ତ ଜୟନ୍ତୀ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପ୍ରାତଃ 5 ଘଟିକାରେ ରାମଧୁନ ପରିବେଷଣ କରାଯିବ, 7.00 ରେ ପୌରାଞ୍ଚଳର ଶିକ୍ଷାନୁଷ୍ଠାନ ଦ୍ୱାରା ପ୍ରଭାତଫେରୀ କାର୍ଯ୍ୟକ୍ରମ, ମହାତ୍ମା ଗାନ୍ଧୀଙ୍କ ପ୍ରତିମୃତି ରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ, ଗାନ୍ଧି ପଡିଆରେ ସ୍ୱଚ୍ଛତା କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ, NCC କ୍ୟାଡେଟ, କ୍ରୀଡାବିତ୍, ବୁଦ୍ଧିଜିବୀମାନଙ୍କୁ ନେଇ ଏକ ପଦଯାତ୍ରା କାର୍ଯ୍ୟକ୍ରମ ଗାନ୍ଧି ପଡିଆରୁ ଆରମ୍ଭହୋଇ ଜିଲ୍ଲା ସଂସ୍କୃତି ଭବନରେ ଶେଷ ହେବ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନଠାରେ ସକାଳ 9.30 ରେ ଗାନ୍ଧି ଜୟନ୍ତୀ ପାଳନ ଉପଲକ୍ଷେ ଆଲୋଚନା ଚକ୍ର, ସର୍ବଧର୍ମ ପ୍ରାର୍ଥନା, ପୁରସ୍କାର ବିତରଣ ଉତ୍ସବ ସାଂସଦ, ବିଧାୟକ ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କର ଉପସ୍ଥିତିରେ ପାଳନ କରାଯିବାର ସିଦ୍ଧାନ୍ତ ନିଆଯାଇଅଛି ।

Leave a Reply

Your email address will not be published. Required fields are marked *