ଗୋଲଡ଼ ଆଣ୍ଡ ଅର୍ନାମେଣ୍ଟସ ମିଟିଂ, ମେଲରେ ଯାଇଛି ଆସନ୍ତାକାଲି ଶ୍ରୀମନ୍ଦିରରେ ରତ୍ନଅଳଙ୍କାର ସ୍ଥାନାନ୍ତର ହେବ
ସକାଳ 10 ଟା ରୁ ସାଧାରଣ ଦର୍ଶନ ବନ୍ଦ – ଆସନ୍ତାକାଲି ଶ୍ରୀମନ୍ଦିରର ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ ରୁ ମରାମତି ହୋଇଥିବା ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ମହାପ୍ରଭୁଙ୍କ ଦୁର୍ଲଭ ରତ୍ନ ଅଳଙ୍କାର। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା।ମାର୍ଗଦର୍ଶିକାକୁ ଅନୁପାଳନ କରିବା ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।ଖଟଶେଜ ଓ ଚାଙ୍ଗଡା ଘରେ ଥିବା ଅଳଙ୍କାର ଗୁଡିକ ସୁରକ୍ଷିତ ଭାବେ ମୁଖ୍ୟ ଭଣ୍ଡାରଘରକୁ ସ୍ଥାନାନ୍ତର ଆସନ୍ତାକାଲି କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାଧୀକୃତ 11 ଜଣିଆ କମିଟି ଗଠନ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,, ଜିଲ୍ଲାପାଳ,, ଏସପି,, ଏଏସଆଇ ଅଧିକାରୀ,, ରତ୍ନଭଣ୍ଡାର ସବକମିଟି ସଦସ୍ୟ ଗଣେଶ ଦାସ ମହାପାତ୍ର,, ଦେଉଳ କରଣ,,ତଢଉ କରଣ,,ଭଣ୍ଡାର ମେକାପ,, ରତ୍ନଭଣ୍ଡାର ତଦାରଖ କମିଟିର ଦୁଇଜଣ ସଦସ୍ୟ ଜଷ୍ଟିସ ବିଶ୍ୱନାଥ ରଥ ଓ ସୁଦର୍ଶନ ପଟ୍ଟନାୟକ,, ଛତିଶାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର,, ଗଜପତି ମହାରାଜାଙ୍କ ପ୍ରତିନିଧିଙ୍କ ସମେତ ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ,,ଅତିରିକ୍ତ ମୁଖ୍ୟଯନ୍ତ୍ରୀ କମିଟିରେ ସାମିଲ୍ ରହିଛନ୍ତି। ମାର୍ଗଦର୍ଶିକା ଆଧାରରେ ଆସନ୍ତାକାଲି ସକାଳ 10ଟାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବା ସହ ମାହେନ୍ଦ୍ର ବେଳା ଅନୁସାରେ ସକାଳ 7.17ରୁ ଦିନ 11.17 ମଧ୍ୟରେ କମିଟିର ସଦସ୍ୟ ମାନେ ଶ୍ରୀମନ୍ଦିର ଭିତରକୁ ଯାଇ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିବେ। ଏଥିପାଇଁ ସକାଳ 10ଟା ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ | ତେବେ ମହାପ୍ରସାଦ ପାଇବାକୁ ଇଚ୍ଛୁକ ଭକ୍ତମାନେ ଶ୍ରୀମନ୍ଦିର ଉତ୍ତରଦ୍ଵାର ଦେଇ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ ଆଣି ପାରିବେ। ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ସମାପନ ପରେ ଭକ୍ତଙ୍କ ପ୍ରବେଶ କଟକଣା ପ୍ରତ୍ୟାହାର ତଥା ଦର୍ଶନ ସ୍ୱାଭାବିକ ହେବ ବୋଲି ବୈଠକ ପରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି। ଅନ୍ୟପଟେ ଏସପି ପ୍ରତୀକ ସିଂହଙ୍କ କହିଛନ୍ତି,, ପୋଲିସ ପ୍ରଶାସନ ପକ୍ଷରୁ ସକାଳ ୮ ଠାରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ ହେବ।ଶ୍ରୀମନ୍ଦିର ଚାରିଦ୍ଵାରରେ ଭକ୍ତଙ୍କୁ ଚେକିଂ କଡାକଡି କରି ଛଡାଯିବ।ବେହେରଣ ଦ୍ଵାର ନିକଟରେ ପ୍ରବେଶ ପାଇଁ ଦୁଇ ପ୍ରକାର ପାସ୍ ବ୍ୟବସ୍ଥା କରାଯାଇଛି। ପାଳିଆ ସେବକଙ୍କ ପାଇଁ ଗୋଟିଏ ପ୍ରକାର ପାସ୍ ଏବଂ ଅଳଙ୍କାର ସ୍ଥାନାନ୍ତର ପାଇଁ କମିଟି ସଦସ୍ୟ ମାନଙ୍କ ପାଇଁ ଗୋଟିଏ ପ୍ରକାର ପାସ୍ ବ୍ୟବସ୍ଥା କରାଯାଇଛି। ତେବେ ସୁରକ୍ଷା ଦୃଷ୍ଟିରୁ 13 ସେକ୍ସନ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି ଏସପି ପ୍ରତୀକ୍ ସିଂହ କହିଛନ୍ତି। ବାଇଟ୍1- ଅରବିନ୍ଦ ପାଢୀ,,,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,,( ଆମ୍ବିୟାନ୍ସ ବାଇଟ୍ )ବାଇଟ୍2-ଦିବ୍ୟଜ୍ୟୋତି ପରିଡା,,,ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳବାଇଟ୍3-ପ୍ରତୀକ୍ ସିଂହ,,, ଏସପିବାଇଟ୍4-ନାରାୟଣ ମହାସୁଆର,,, ସମ୍ପାଦକ( ସମସ୍ତ ବାଇଟ୍ ଭିଜୁଆଲ୍ ମେଲରେ ଯାଇଛି )ଆସନ୍ତୁ ଏବେ ନଜର ପକାଇବା ଘଟଣାକ୍ରମ ଉପରେ ଘଟଣାକ୍ରମ- ୧. ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ ଉଦ୍ଦେଶ୍ଯରେ ଗତ ବର୍ଷ (୨୦୨୪) ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲାଯିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲେ l ଏହାକୁ ରାଜ୍ୟ ସରକାର ଅନୁମୋଦନ ଦେବା ସହିତ ପରିଚାଳନା କମିଟିକୁ ସହଯୋଗ ପାଇଁ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ସମଗ୍ର ପ୍ରକ୍ରିୟା ପାଇଁ ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି କରିଥିଲେ ରାଜ୍ୟ ସରକାର। ୨. ଗତ ୨୦୨୪ ମସିହା ଶ୍ରୀଗୁଣ୍ଡିଚାଯାତ୍ରା ସମୟରେ ସନ୍ଧ୍ୟା ଦର୍ଶନ ଦିନ, ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ସହ ପ୍ରଥମେ ବାହାର ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କାର ତଥା ସାମଗ୍ରୀ ଅସ୍ଥାୟୀ ବାହାର ଭଣ୍ଡାର ଭାବରେ ଚାଙ୍ଗଡ଼ା ଘର କୁ ସ୍ଥାନାନ୍ତରିତ ହୋଇଥିଲା l ଏହାପରେ ଭିତର ରତ୍ନଭଣ୍ଡାର ବହୁବର୍ଷ ପରେ ଖୋଲାଯାଇଥିଲା l

ଜିଲ୍ଲା ଟ୍ରେଜେରୀରୁ ଆସିଥିବା ଚାବିରେ ଭିତର ରତ୍ନଭଣ୍ଡାରର ତାଲା ନ ଖୋଲିବାରୁ ମାର୍ଗଦର୍ଶିକା ଅନୁସାରେ, ତାଲା ଭାଙ୍ଗି ଭିତରେ ପ୍ରବେଶ କରିଥିଲେ କମିଟିର ଅଧିକୃତ ସଦସ୍ୟ ମାନେ l କିନ୍ତୁ ସେଦିନ ଭିତର ଭଣ୍ଡାର ଅଳଙ୍କାର ତଥା ସାମଗ୍ରୀ ଗୁଡିକର ସ୍ଥାନାନ୍ତର ସମୟ ସାପେକ୍ଷ ତଥା ପରଦିନ ବାହୁଡା ଯାତ୍ରା ରହିଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା l ଏହା ପରେ ଜୁଲାଇ ୧୮ ତାରିଖ, ୨୦୨୪, ଅଧର ପଣା ଦିନ ପୁଣି ଥରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ରତ୍ନ ଅଳଙ୍କାର ତଥା ସାମଗ୍ରୀ ଅସ୍ଥାୟୀ ଭିତର-ଭଣ୍ଡାର ବା ଷ୍ଟ୍ରଙ୍ଗରୁମ୍ ଭାବରେ ମାତ୍ର ଦଶ ଫୁଟ ଦୂରତା ମଧ୍ୟରେ ରହିଥିବା ଖଟଶେଜ ଘରକୁ ସ୍ଥାନାନ୍ତର କରାଯାଇଥିଲା l ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ସମସ୍ତ କାର୍ଯ୍ୟ ସମାପନ ହେବା ସହ ତାଲା ବନ୍ଦ ସିଲ୍ କରାଯାଇ ଚାବିକୁ ଟ୍ରେଜେରୀରେ ରଖାଯାଇଥିଲା l କମିଟିର ଅଧିକୃତ ସଦସ୍ୟଙ୍କ ଉପସ୍ଥିତିରେ, ସମସ୍ତn ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ ହୋଇଥିଲା l୩. ଏହା ପରେ ତା ୨୩-୦୮-୨୦୨୪ ରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ, ଉଭୟ ଭଣ୍ଡାରର ଖାଲି ଥିବା ଆଲମିରା ତଥା ସିନ୍ଦୁକ ଗୁଡିକୁ ସ୍ଥାନାନ୍ତର କରାଯାଇ ଶ୍ରୀମନ୍ଦିର ପରିସରସ୍ଥ ନୀଳାଦ୍ରିବିହାର ମ୍ୟୁଜିୟମ୍ ନିକଟସ୍ଥ କୋଠରୀରେ ରଖାଯାଥିଲା । ପୂର୍ବୋକ୍ତ ସମସ୍ତ ଦିନର ପ୍ରକ୍ରିୟାକୁ ମଧ୍ଯ ଭିଡିଓଗ୍ରାଫି କରାଯାଇଥିଲା । ୪. ପରବର୍ତ୍ତୀ ସୋପାନ ଥିଲା ରତ୍ନଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ୟ । ସେପ୍ଟେମ୍ବର ମାସ ୧୮ ତାରିଖରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍.ଆଇ) ପକ୍ଷରୁ ରତ୍ନଭଣ୍ଡାରର ପ୍ରାଥମିକ ନିରୀକ୍ଷଣ କରାଯାଇଥିଲା ।7 ଏହାପରେ ସେପ୍ଟେମ୍ବର ୨୧ ଏବଂ ୨୨ ତାରିଖ ଦୁଇଦିନ ଧରି ଏ.ଏସ୍.ଆଇ ପକ୍ଷରୁ ରତ୍ନଭଣ୍ଡାରର ବିସ୍ତୃତ ବୈଜ୍ଞାନିକ ବୈଷୟିକ ସର୍ଭେ କରାଯାଇଥିଲା। ମାର୍ଗଦର୍ଶିକା ଅନୁସାରେ, ରତ୍ନଭଣ୍ଡାରର କୌଣସି ଅଦୃଶ୍ୟ ଚାମ୍ବର, ଜିନିଷ ରଖିବା ସ୍ଥାନ, ଭୂମିତଳେ ସୁଡଙ୍ଗ ଆଦିର ସମ୍ଭାବନାକୁ ନଜରରେ ରଖି ଏହି ସର୍ଭେ ଅନୁଷ୍ଠିତ ହୋଇଥିଲା । ଏ.ଏସ୍.ଆଇ ପକ୍ଷରୁ ବୈଜ୍ଞାନିକ ଉପାୟରେ କରାଯାଇଥିବା ସର୍ଭେ ପାଇଁ ଯନ୍ତ୍ରପାତି ବ୍ୟବହାର କଲାବେଳେ ଶ୍ରୀମନ୍ଦିରର ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ସମ୍ମାନ ପ୍ରଦାନ କରିବାକୁ କୁହାଯାଇଥିଲା, ଯାହାକୁ ଅନୁପାଳନ କରି ଏ.ଏସ୍.ଆଇ ପକ୍ଷରୁ ସର୍ଭେ କରାଯିବା ସହ ରିପୋର୍ଟ ଦାଖଲ ହୋଇଥିଲା । ୫. ଏ.ଏସ୍.ଆଇ ର ବୈଜ୍ଞାନିକ ସର୍ଭେ ରିପୋର୍ଟ ଆଧାରରେ, ୨୦୨୪ ମସିହା ଡିସେମ୍ବର ୧୭ ତାରିଖ ଠାରୁ ଶ୍ରୀଜିଉଙ୍କ ନୀତିବହୁଳ ଦିନ ଗୁଡିକୁ ଛାଡି ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାମ ନିୟମିତ ହୋଇଥିଲା l ଏହି କାର୍ଯ୍ୟ ଜୁଲାଇ ୭, ୨୦୨୫ ତାରିଖ ଦିନ ଶେଷ ହୋଇଥିଲା l ଦୀର୍ଘ ୯୫ ଦିନ ଧରି ପ୍ରାୟ ୩୩୩ ଘଣ୍ଟା ଧରି ଏହି ସଂରକ୍ଷଣ କାର୍ଯ୍ୟ ଏ.ଏସ୍.ଆଇ ପକ୍ଷରୁ ସମ୍ପାଦିତ ହୋଇଥିଲା। ୬. ଏହା ପରେ ନବଗଠିତ ପରିଚାଳନା କମିଟିର ରତ୍ନଭଣ୍ଡାର ସବ-କମିଟି ନିଷ୍ପତ୍ତି ଅନୁସାରେ, ମଂଗଳବାର- ସେପ୍ଟେମ୍ବର ୨୩ ତାରିଖରେ ସମସ୍ତ ଅଳଙ୍କାର ତଥା ସାମଗ୍ରୀ, ଅସ୍ଥାୟୀ ଭଣ୍ଡାର ବା ଷ୍ଟ୍ରଙ୍ଗରୁମ୍ ରୁ ସଂରକ୍ଷିତ ହୋଇ, ନୂଆ ରୂପ ପାଇଥିବା ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ ହେବାକୁ ଯାଉଅଛି l
