ଜିଲ୍ଲାପାଳଙ୍କ ମିଳିତ ଅଭିଯାଗ ଶୁଣାଣି

ଲକ୍ଷ୍ମୀପୁର,୨୨/୦୯() କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟଳୟ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲାପାଳ ମୋନଜ ସତ୍ୟବାନ ମହାଜନ ଉପସ୍ଥିତ ରହି ସମସ୍ତ ଅଭିଯୋଗ ଶୁଣିଥିଲେ।ଏହି ଅଭିଯୋଗ ଶୁଣାଣିରେ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ ,ଏସପି ରୋହିତ ବର୍ମା ,ସିଡ଼ିଓ ବେଣୁଧର ଶବର,ଏଡିଏମ ନୀଳମାଧଵ ଶତପଥୀ, ବ୍ଲକ ଅଧ୍ୟକ୍ଷା ଶୁଆଇ କୁଲେସିକା,ଉପଧ୍ୟକ୍ଷା ଆରତୀ କୂଳଦୀପ ଉପସ୍ଥିତ ରହି ସମସ୍ତ ଅଭିଯୋଗ ଶୁଣିଥିଲେ।ଏହି ଅଭିଯୋଗ ମଧ୍ୟରେ ବ୍ୟକ୍ତିଗତ ୨୪ ଓ ସାମୁହିକ୪୬ଅଭିଯୋଗ ଶୁଣିଥିଲେ। ଏହି ଅଭିଯୋଗ ଗୁଡିକ, ପାନୀୟ ଜଳ, ରାସ୍ତା, ବିଦ୍ୟୁତ, ଖଣି ଖନନ ଉପରେ ଅଭିଯୋଗ ଆସିଥିଲା।ଏହି ଅଭିଯୋଗ ଶୁଣାଣି ରେ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଥିଲେ। ବିଡ଼ିଓ ସବ୍ୟସାଚୀ ବେହେରା, ନିର୍ବାହୀ ଯନ୍ତ୍ରୀ ଏମପବନ କୁମାର, କନିଷ୍ଠ ଯନ୍ତ୍ରୀ ରଂଜୀତ ଖସଲା, ରଜନୀକାନ୍ତ ପାଣିଗ୍ରାହୀ, ଏବଂ ବ୍ଲକର କର୍ମଚାରୀ ଉପସ୍ଥିତ ରହି ଥିଲେ।ଜିଲ୍ଲାପାଳ ଅଭିଯୋଗ ଶୁଣାଣି ପରେ ଲକ୍ଷ୍ମୀପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗସ୍ତ କରି ତଦାରଖ କରିଥିଲେ।ଏବଂ ରୋଗୀଙ୍କ ସହିତ ଆଲୋଚନା କରିବା ସହିତ କିପରି ବ୍ୟବସ୍ଥା ଉପରି ରୋଗୀଙ୍କୁ ପଚାରି ବୁଝିଥିଲେ ଏବଂ କିପରି ସେବା ଯୋଗାଇ ଦିଆଯାଉଛି ବୋଲି ପଚାରି ବୁଝି ଥିଲେ।ଏବଂ ୫ଟିରେ ନିର୍ମାଣ କାର୍ଯ୍ୟ ହୋଇଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପାଖାପାଖି ୪କୋଟି ଟଙ୍କା ଖର୍ଚ୍ଚ ହୋଇ ଥିବାସ୍ୱତେ ମଧ୍ୟ ହସ୍ପିଟାଲ ଚତୁର୍ଥ ପାର୍ଶ୍ଵରେ ପାଣି ଗୋଳିଯାଉଥିବା ହେତୁ ରୋଗୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦେଖି ଜିଲ୍ଲା ପାଳ ବିଗିଡି ଯାଇଥିଲେ ଏବଂ ଏହାର ତୁରନ୍ତ ମରାମତି କରିବା ପାଇଁ ତାଗିଦ କରିଥିଲେ।ପୁଣି ପନ୍ଦର ଦିନ ମଧ୍ୟରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିବି ବୋଲି କହିଛନ୍ତି।ଯଦି କାର୍ଯ୍ୟ କରିବାରେ ବିଳମ୍ବ ହେଲେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *