ସଚେତନ ନାଗରିକ ମଞ୍ଚ, ଆମ ଓଡିଶାପକ୍ଷରୁ ରକ୍ତ ଦାନ ଶିବିର
ଧର୍ମଶାଳା–ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମର୍ଜିତାପୁର କଲ୍ୟାଣ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଚେତନ ନାଗରିକ ମଞ୍ଚ ଯାଜପୁର ଏବଂ ସମ୍ବାଦ ଆମ ଓଡ଼ିଶା ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୫ ୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ କବାଟବନ୍ଧ ମେଡିକାଲ ଅଫିସର ଡାକ୍ତର ନିହାର ରଞ୍ଜନ କର, ସମାଜସେବୀ ମିନତୀ ସାହୁ ଧର୍ମଶାଳା ବ୍ଲକ ଅଧ୍ଯକ୍ଷା ବିଶ୍ବବିଜୟିନୀ ମିଶ୍ର ଜେନାପୁର ଥାନା ଅଧିକାରିଣୀ ନିରୂପମା ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ରକ୍ତ ଦାତା ଙ୍କୁ ଉପହାର ସ୍ବରୂପ ଫୁଲ ଚାରା ଏବଂ ଟି- ସାର୍ଟ ପ୍ରଦାନ କରାଯାଇ ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ବିଜେପି ମଣ୍ଡଳ ସଭାପତି ଏବଂ ସମସ୍ତ ବିଜେପି କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ
