ଶିଶୁ ଯୌନ ଶୋଷଣ ରକ୍ଷା ଆଇନ ଓ ଶିକାର କ୍ଷତିପୂରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l
ଆଠମଲ୍ଲିକ:-୨୩/୯:- ଆଠମଲ୍ଲିକ ତାଲୁକ ଆଇନ ସେବା କମିଟି ପକ୍ଷରୁ ମଙ୍ଗଳବାର ଆଠମଲ୍ଲିକ ମହାବିଦ୍ୟାଳୟ ଠାରେ ଶିଶୁ ଯୌନ ଶୋଷଣ ରକ୍ଷା ଆଇନ ଓ ଶୋଷଣ କ୍ଷତିପୂରଣ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟ ର ଅଧ୍ୟକ୍ଷ ତ୍ରିଲୋଚନ ପ୍ରଧାନ ଆଠମଲ୍ଲିକ ସିଭିଲ କୋର୍ଟ ର ତିନିଜଣ ନ୍ୟାୟଧୀଶ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରଞ୍ଜନ କୁମାର ସୁତାର, ସବଜଜ ଲିଙ୍କି ପ୍ରିୟା ସାହୁ ଓ ଏସଡ଼ିଜେଏମ ସିଙ୍କୁନ ରାୟ ଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ l ମହାବିଦ୍ୟାଳୟ ର ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଅତିଥିମାନଙ୍କୁ ପ୍ୟାରେଡ କରାଯାଇ କାର୍ଯ୍ୟକ୍ରମ ସ୍ଥଳକୁ ପାଛୋଟି ନିଆଯାଇଥିଲା l ମହାବିଦ୍ୟାଳୟ ଅଧ୍ୟକ୍ଷ ତ୍ରିଲୋଚନ ପ୍ରଧାନ ଙ୍କ ଅଧ୍ୟକ୍ଷତା କରି ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ମୁଖ୍ୟ ଅତିଥିଭାବେ ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରଞ୍ଜନ କୁମାର ସୁତାର ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକାମାନଙ୍କୁ ଶିଶୁ ଯୌନ ଶୋଷଣ ରକ୍ଷା ଆଇନ (ପୋକ୍ସୋ)ଓ ଶିକାର କ୍ଷତିପୂରଣ(ଭିକ୍ଟିମ କମ୍ପାନଶେଷନ) ବାବଦରେ ବିସ୍ତୃତ ଭାବେ ବୁଝାଇ କହିଥିଲେ l

୧୮ ବର୍ଷ ବୟସ ରୁ କମ ବାଳକ କିମ୍ବା ବାଳିକା ଯଦି ଯୌନ ଶୋଷଣ ର ଶିକାର ହୁଅନ୍ତି, ତେବେ ତାଙ୍କ ପାଇଁ ଆଇନ ବ୍ୟବସ୍ଥା ରେ କଣ ସୁବିଧା ଉପଲବ୍ଧ ରହିଛି, ସେ ବିଷୟରେ ସଚେତନତା କରାଇଥିଲେ l ଅନ୍ୟ ସମ୍ମାନିତ ଅତିଥିଭାବେ ସବଜଜ ଲିଙ୍କି ପ୍ରିୟା ସାହୁ, ଏସଡିଜେଏମ ସିଙ୍କୁନ ରାୟ, ଅତିରିକ୍ତ ପବ୍ଲିକ ପ୍ରସିକ୍ୱିଟର ଅସିତ ରଞ୍ଜନ ଦେଓ, ଓକିଲସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର, କ୍ରିମିନାଲ କୋର୍ଟ ବାର ସଭାପତି ଅଞ୍ଜନ କୁମାର ପ୍ରଧାନ ଯୋଗଦେଇ ନିଜନିଜ ମତବ୍ୟକ୍ତ କରିଥିଲେ l ଶେଷରେ ଅଧ୍ୟାପକ ଅମ୍ବରୀଶ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଅର୍ପିତା ଅଞ୍ଜଳି ଗୁରିଆ, ପ୍ରିୟଦର୍ଶିନୀ ଭୁକ୍ତା, ଅଧ୍ୟାପକ ଗୋପବନ୍ଧୁ ପ୍ରଧାନ, ହୃଷିକେଶ ମହାକୁଡ଼, ଚନ୍ଦ୍ରକାନ୍ତ ମଲ୍ଲିକ, ବ୍ରଜଗୋପାଳ ମିଶ୍ର, ମାନଭଞ୍ଜନ ପାଣିଗ୍ରାହୀ, କ୍ଷୀରୋଦ ପ୍ରଧାନ, ତାଲୁକ ଆଇନ ସେବା କମିଟି ସଂଯୋଜକ ଅମିତ କୁମାର ନାୟକ, ସିଦ୍ଧାର୍ଥ ମହାନ୍ତି ଓ ଗୋବିନ୍ଦ ମାର୍ଣ୍ଡି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l
