ସହର ତଳି ଅଞ୍ଚଳ ବଡ଼ ଗୁମୁଳା ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମେ ଅନୁଷ୍ଠିତ
ସହର ତଳି ଅଞ୍ଚଳ ବଡ଼ ଗୁମୁଳା ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମେ ଅନୁଷ୍ଠିତ ।
ବ୍ରହ୍ମପୁର — ସହର ତଳି ଅଞ୍ଚଳ ତଥା ସହର ସନ୍ନିକଟ ବଡ଼ ଗୁମୁଳା ଗ୍ରାମର ନୂଆଁବନ୍ଧ ହୁଡ଼ା ଓ ବନ୍ଧ ଚାରି କଡରେ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଗ୍ରାମର ଶ୍ରୀ ଶ୍ରୀ ଶ୍ରୀ ଶ୍ୟାମାକାଳୀ ଜଳ ଯୋଗାଣ ସଂସ୍ଥାର ସଭାପତି ଲକ୍ଷ୍ମୀ କାନ୍ତ ଜେନାଙ୍କ ତତ୍ତ୍ୱାବଧାନରେ ତଥା ଜିଲ୍ଲା ବରଗଛ ସୁରକ୍ଷା ସମିତି ସଭାପତି ଲୋକନାଥ ପରିଡ଼ାଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବର ଗଛ ସହ ଉସ୍ତ , ଜାମୁକୁଳି, ଅଁଳା, ନିମ୍ବ, ଅର୍ଜୁନ , ବେଲ ଓ ଡାଳିମ୍ବ ଆଦି ବିଭିନ୍ନ ପ୍ରକାର ଫଳ ଓ ଔଷଧ ଜାତୀୟ ବୃକ୍ଷର ଚାରା ରୋପଣ କରାଯାଇଥିଲା। କମିଟି ତରଫରୁ ବୃକ୍ଷର ସୁରକ୍ଷା ନିମନ୍ତେ ଟ୍ରୀ ଗାର୍ଡ ଯୋଗାଇ ଦିଆଯାଇଥିଲା।ଏହି ଅବସରରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ଉପରେ ଏକ ସଚେତନତା କାର୍ଯକ୍ରମ ରେ କମିଟି ସଭାପତି ଶ୍ରୀ ଜେନା କହୁଥିଲେ ଯେ ବିଭିନ୍ନ ସମୟରେ ବାତ୍ୟାର ପ୍ରକୋପରେ ବଡ଼ ବଡ଼ ଗଛ ନଷ୍ଟ ହେଉଥିବା କାରଣରୁ ତଥା ବର୍ତ୍ତମାନ ସମୟରେ ଆମ୍ଲଜାନର ଅଭାବ , ବିଶ୍ଵ ତାପ ମାତ୍ରାରେ ଅହେତୁକ ବୃଦ୍ଧି ଓ ବଢ଼ି ମାରୁଡ଼ିରୁ ରକ୍ଷା ପାଇବା ନିମନ୍ତେ ଏହି ପ୍ରୟାସର ମୂଳ ଲକ୍ଷ୍ୟ । ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବାର ଆବଶ୍ୟକତା ରହିଛି। ଆଜିର ଏହି କାର୍ଯ୍ୟକ୍ରମକୁ ସଭାପତିଙ୍କ ବ୍ୟତୀତ ସମ୍ପାଦକ ବିଶ୍ଵନାଥ ବେହେରା , ଗିରିଶ ଚନ୍ଦ୍ର ପାଢ଼ୀ, ହାଡୁ ସେଠୀ, ନିରଞ୍ଜନ ନାହାକ, ସନ୍ତୋଷ ବେହେରା, କାଳୁ ପାତ୍ର, ତନ୍ମୟ ରାଉତ ଓ ଜିତୁ ବିଷୋୟୀ ପ୍ରମୁଖ ସଦସ୍ୟଙ୍କ ସହ ଗ୍ରାମରେ ଥିବା ତିନି ଗୋଟି ସଂସ୍ଥାର ୫୦ ଜଣ ସଦସ୍ୟ ଉପସ୍ଥିତ ଥିଲେ।
