ସୁଡ୍ରୁକୁମ୍ପାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ l
ସୁଡ୍ରୁକୁମ୍ପାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ l
- ୨୨୦ ଜଣଙ୍କ ପଞ୍ଜିକରଣ
- ୧୩୭ ଜଣଙ୍କୁ ଭିନ୍ନକ୍ଷମଙ୍କୁ ପ୍ରମାଣ ପତ୍ର ପ୍ରଦାନ l
- ୭ ଜଣଙ୍କୁ ହୁଇଲ ସାଇକେଲ ପ୍ରଦାନ
- ୬ ଜଣ ଏଡ୍ସରୋଗୀ ଙ୍କୁ ପ୍ରମାଣ ପତ୍ର ପ୍ରଦାନ l ଫୁଲବାଣୀ:ନିପ୍ର:-୨୩/୯ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସୁଡ୍ରୁକୁମ୍ପା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳ ବାର ଦିନ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଡ଼ିଓ ଶୁଭ ଦତାତ୍ରେୟ ବାହିନୀପତି,ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି.ପଦ୍ମା ,ଅତିରିକ୍ତ ସାମାଜିକ ସୁରକ୍ଷା ଅଧିକାରୀ ନିବେଦିତା ଯାନୀ, ସ୍ଥାନୀୟ ସମିତିସଭ୍ୟ ବୈଦ୍ୟନାଥ ବେହେରା,ସରପଞ୍ଚ ଦଶରଥ ଯାନୀ ଓ ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷା କରିବାକୁ ଆସିଥିବା ସ୍ଵାସ୍ତ୍ୟ ବିଭାଗ ବିଶେଷଜ୍ଞ ଉପସ୍ଥିତରେ ମିଳିତ ଭାବେ ଉଦ୍ଘାଟନ କରିଥିଲେ। ଦୁର୍ଗମ ଅଞ୍ଚଳ ୪ଟି ପଞ୍ଚାୟତ ସୁଡ୍ରୁକୁମ୍ପା,ବିଲାବlଡି,ସୁଡ୍ରେଜୁ,ଦୁତିମେଣ୍ଡିର ଶତାଧିକ ଭିନ୍ନକ୍ଷମ ଶିଶୁ, ପୁରୁଷ, ମହିଳା ମାନେ ଆସି ନାମ ପଞ୍ଜୀକରଣ କରିଥିଲେ। ଜିଲା ମୁଖ୍ୟ ଡାକ୍ତରଖାନାରୁ ଆସିଥିବା ବିଶେଷଜ୍ଞ ଡାକ୍ତରଙ୍କଠାରୁ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାସହ ଅନଲାଇନରେ ନାମ ପଞ୍ଜୀକରଣ କରି ପ୍ରମାଣପତ୍ର ଓ ଚିକିତ୍ସା ପାଇଁ ଆବେଦନ କରିଥିଲେ। ଏହି ଶିବିରରେ ମୋଟ ୨୨୦ ଜଣ ନାମ ପଞ୍ଜିକରଣ କରିଥିଲେ ସେଥିମଧ୍ୟରୁ ୧୩୭ଜଣକୁ ପଞ୍ଜିକରଣ ସାର୍ଟିଫିକେଟ ୬ଜଣ ଏଡ୍ସ ରୋଗି ଙ୍କୁ ମଧ୍ୟ ସାର୍ଟିଫିକେଟ ପ୍ରଦାନ କରାଯିବ ସହ ୭ଜଣ ଦିବ୍ୟାଙ୍ଗ କୁ ହୁଇଲ ଚ୍ୟାର ଅତିଥି ଗଣ ବଣ୍ଟନ କରିଥିଲେ। ଫୁଲବାଣୀ ମେଡିକାଲରୁ ଆସିଥିବା ବିଶେଷଜ୍ଞ ଡଃ. ସତ୍ୟବ୍ରତ ସାହୁ, ଚିନ୍ମୟ କୁମାର ପ୍ରଧାନ ପ୍ରଦୀପ କୁମାର ବେହେରା ଡଃ ଦେବଜିତ ଦାସ,ଡଃ. ଉତ୍କଳ କେଶରୀ ବେହେରା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରାଜେଶ କୁମାର ମୂର୍ମୁ,ବ୍ଲକ ଖାଉଟି ସୁରକ୍ଷା ଅଧିକାରୀ ପ୍ରୀତି ରଞ୍ଜନ ବିଶ୍ଵାଳ,ଓଡ଼ିଶା ଜୀବିକା ମିଶନ ବ୍ଲକ ଅଧିକାରୀ ସନାତନ ମଲିକ ପ୍ରମୁଖ ଶିବିରରେ ଭିନ୍ନକ୍ଷମ ମାନଙ୍କୁ ପଞ୍ଜିକରଣ ଓ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତ ପିଇଓ ତିନି ପଞ୍ଚାୟତ ସରପଞ୍ଚ ,ସମିତି ସଭ୍ୟ ସଭ୍ୟ ମାନେ ଉପସ୍ଥିତ ଥିଲେ ଏବଂ ଭିନ୍ନକ୍ଷମ ମାନଙ୍କୁ ନେବା ଆଣିବା କରିବା ସହିତ ଖାଦ୍ୟ ବଣ୍ଟନ ସ୍ଥାନୀୟ ସ୍ଥାନୀୟ ଅଞ୍ଚଳ ନୁଆଁସାହି ର ମାଁ ବ୍ୟାଘ୍ରଦେବୀ ଯୁବକ ସଂଘ,ରେଡକ୍ରୋସ ସ୍କାଉଟ ଗାଇଡ ଛାତ୍ର ମାନେ,ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ସହଯୋଗ କରିଥିଲେ l
ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ସାହୁ ଓ ସହ କର୍ମଚାରୀ ମନୋଜ ସସମାଲ କାର୍ଯ୍ୟକ୍ରମକୁ ସ୍ଵଚାରୁରୂପେ ପରିଚାଳନା କରିଥିଲେ l ବ୍ଲକ ପ୍ରଶାସନ ପକ୍ଷରୁ ସୁଡୁକୁମ୍ପା ରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବାରୁ ୪ଟି ପଞ୍ଚାୟତ ବାସି ବହୁତ ଖୁସି ହୋଇଥିଲେ ଓ ସମସ୍ତଙ୍କ ପାଇଁ ଉନ୍ନତ ମାନର ଖାଦ୍ୟ ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଥିଲା lଶାନ୍ତି ଶୃଙ୍ଖଳା ଭାବେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା l
