ବିଶିଷ୍ଟ ଶିକ୍ଷାବିତ ଙ୍କ ଦେହାନ୍ତରେ ଉପଖଣ୍ଡରେ ଶୋକର ଛାୟା
ଆନନ୍ଦପୁର ସବଡିଭିଜନ ର ବିଶିଷ୍ଟ ଶିକ୍ଷାବିତ୍ ତଥା ବି. ଏନ୍. ହାଇସ୍କୁଲ ର ଅବସରପ୍ରାପ୍ତ ଶିକ୍ଷକ ସାରଙ୍ଗଧର ଷେଣ୍ଢ ଙ୍କ ଦେହାନ୍ତ ରେ ଆନନ୍ଦପୁର ରେ ଶୋକର ଛାୟା ଖେଳିଯାଇଛି। ଆଜି ଆନନ୍ଦପୁର ବରିଷ୍ଠ ନାଗରିକ ପରିଷଦ କାର୍ଯ୍ୟାଳୟ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ପ୍ରଫେସର ରମାକାନ୍ତ ନାୟକ କଂ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଦେହାନ୍ତ ହେଇଥିବା ସାରଗଂ ସାର ଙ୍କ ଛାତ୍ର ମାନଙ୍କୁ ନିଜର ପୁଅ ଝିଅ ଭଳି ଭଲପାଇବା ଅତ୍ୟନ୍ତ ବିରଳ ଅଟେ ବୋଲି ଶ୍ରୀ ସାହୁ କହିଥିଲେ। ଏହି ସଭାରେ ନିରାକାର ଦଳେଇ, ଗଗନ କୁମାର ସିଂହ, ଲକ୍ଷ୍ମୀଧର ମିଶ୍ର, ସୁଶୀଲ କୁମାର ହେତା, ନିତ୍ୟାନନ୍ଦ ସାମଲ, ସୋନିଆ ମିଶ୍ର, ହରେକୃଷ୍ଣ ପାତ୍ର, ଲଲାଟେନ୍ଦୁ ଧୀର, ଅଶୋକ କୁମାର ରାଉତ, ରବିନ୍ଦ୍ର କୁମାର ଚାନ୍ଦ, ଦାମୋଦର ଧଡା, କୌଲାସ ଚନ୍ଦ୍ର ନାୟକ, ମୁରଲୀଧର ମିଶ୍ର,ମାନସ ରଞ୍ଜନ ହେତା ଶଶୀଭୂଷଣ ମହାପାତ୍ର, ଦେବ ରଞନ ସାହୁ, ଦୀଲିପ କୁମାର ସିଂହ, ପ୍ରଦୀପ କୁମାର ଦାସ, ଶ୍ରୀଧର ସାହୁ, ଅରବିନ୍ଦ ମିଶ୍ର, ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ଶତାଧିକ ପୁରାତନ ଛାତ୍ର ସାମିଲ ହୋଇଥିଲେ।ପ୍ରକାଶ ଥାଉକି ସୂର୍ଗତ ସାରଙ୍ଗଧର ସେଣ୍ଟ୍ର ଆନନ୍ଦପୁର ସିଟି ସ୍କୁଲ ର ପ୍ରଧାନଶିକ୍ଷକ, ଆନନ୍ଦପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନଶିକ୍ଷକ, ଆନନ୍ଦପୁର ଜିଲ୍ଲା ଶିକ୍ଷା ଅଧିକାରୀ ଥିଲେ।କେନ୍ଦୁଝର ଜିଲ୍ଲାର ର ସର୍ବ୍ ପୁରାତନ ଶିକ୍ଷାନୁଷ୍ଠାନ ବି.ଏନ୍. ହାଇସ୍କୁଲ ଓ ଡି. ଏନ୍. ହାଇସ୍କୁଲ ରେ ଶିକ୍ଷକ ଥିଲେ।
