ଦୁଇ ଦିନରେ କାକଟପୁର ପୋଲିସ ଦ୍ଵାରା ଦୁଇ ସାବାଳିକା ଉଧାର

ପୁରୀ ଏସପି ଙ୍କ ତ୍ବତାବଧାନରେ କାକଟପୁର ଥାନା ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ଙ୍କ ନିର୍ଦେଶ କ୍ରମେ ଦୁଇ ଦିନ ମଧ୍ୟରେ ଦୁଇ ଜଣ ସାବାଳିକାଙ୍କୁ ଉଧାର କରି ତାଙ୍କର ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଅଛି ଯାହାକି କାକଟପୁର ଥାନା Man Missing Register Case No- ୪୫ ଓ ୪୬/୨୦୨୫ ।

ସେମାନଙ୍କ ମଧ୍ୟରୁ ଜଣେ ସାବାଳିକା ଙ୍କ ଘର କାକଟପୁର ଥାନା ଅନ୍ତର୍ଗତ ଜଳେଶ୍ଵରପଡା ଗ୍ରାମର ଯାହାକୁ ପାରାଦୀପ ରୁ ଓ ଅନ୍ୟ ଜଣେ ସାବାଳିକା ଙ୍କର ଘର ଜଗତସିଂପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ତରାସ।ହି ଗ୍ରାମର ଯାହାକୁ ପୁରୀ ରୁ ଉଧାର କରାଯାଇଅଛି ।

Leave a Reply

Your email address will not be published. Required fields are marked *