ରେଳ କର୍ମଚାରୀଙ୍କୁ 78 ଦିନ ପାଇଁ ଉତ୍ପାଦକତା ଆଧାରିତ ବୋନସ ପ୍ରଦାନ କରିବାକୁ କ୍ୟାବିନେଟ୍ ଅନୁମୋଦନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଆଜି 10,91,146 ରେଳ କର୍ମଚାରୀଙ୍କୁ 78 ଦିନର ଉତ୍ପାଦକତା ଆଧାରିତ ବୋନସ (ପିଏଲବି) ବାବଦରେ 1865.68 କୋଟି ଟଙ୍କା ପାଇଁ ପ୍ରଦାନ କରିବା ପ୍ରସ୍ତାବକୁ ଅନୁମୋଦନ କରିଛି।ପ୍ରତିବର୍ଷ ଦୁର୍ଗା ପୂଜା / ଦଶହରା ଛୁଟି ପୂର୍ବରୁ ଯୋଗ୍ୟ ରେଳ କର୍ମଚାରୀଙ୍କୁ ପିଏଲବି ପ୍ରଦାନ କରାଯାଏ। ଚଳିତ ବର୍ଷ ମଧ୍ୟ ପ୍ରାୟ 10.91 ଲକ୍ଷ ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କୁ 78 ଦିନର ମଜୁରୀ ସମକକ୍ଷ ପିଏଲବି ପ୍ରଦାନ କରାଯାଉଛି। ପିଏଲବି ପ୍ରଦାନ ରେଳ କର୍ମଚାରୀମାନଙ୍କୁ ରେଳବାଇର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ନିମନ୍ତେ ପ୍ରେରଣା ଦେବା ପାଇଁ ଏକ ପ୍ରୋତ୍ସାହନ ଭାବରେ କାର୍ଯ୍ୟ କରେ।ପ୍ରତ୍ୟେକ ଯୋଗ୍ୟ ରେଳ କର୍ମଚାରୀଙ୍କ ପାଇଁ 78 ଦିନର ମଜୁରୀ ସମକକ୍ଷ ପିଏଲବି ବାବଦରେ ସର୍ବାଧିକ 17,951 /- ଟଙ୍କା ପ୍ରଦାନ କରାଯିବ। ଉପରୋକ୍ତ ପରିମାଣର ଅର୍ଥରାଶି ବିଭିନ୍ନ ବର୍ଗର ରେଳ କର୍ମଚାରୀଙ୍କୁ ପ୍ରଦାନ କରାଯିବ, ଯେପରିକି ଟ୍ରାକ୍ ରକ୍ଷଣାବେକ୍ଷଣକାରୀ, ଲୋକୋ ପାଇଲଟ୍, ଟ୍ରେନ୍ ପରିଚାଳକ (ଗାର୍ଡ), ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ସହାୟକ, ପଏଣ୍ଟସମ୍ୟାନ୍, ମନ୍ତ୍ରୀସ୍ତରୀୟ କର୍ମଚାରୀ ଏବଂ ଅନ୍ୟାନ୍ୟ ଗ୍ରୁପ୍ ‘ସି’ କର୍ମଚାରୀ।2024-25 ବର୍ଷରେ ରେଳବାଇର ପ୍ରଦର୍ଶନ ବହୁତ ଭଲ ଥିଲା। ରେଳବାଇ 1614.90 ନିୟୁତ ଟନ୍ ରେକର୍ଡ କାର୍ଗୋ ଲୋଡ୍ କରିଥିଲା ଏବଂ ପ୍ରାୟ 730 କୋଟି ଯାତ୍ରୀଙ୍କୁ ପରିବହନ କରିଥିଲା।

Leave a Reply

Your email address will not be published. Required fields are marked *