ଉପାନ୍ତ ଅଞ୍ଚଳର ଉନ୍ନୟନ ଅପହଞ୍ଚ ରହିବନି: ମାଲକାନଗିରି ଜିଲ୍ଲପାଳ

ମାଲକାନଗିରି,୨୪/୯ଏକ ପାର୍ଶ୍ଵରେ ଚଳିତ ବର୍ଷ ଶେଷ ହେବାକୁ ବସିଥିବା ବେଳେ , ଜିଲ୍ଲାକୁ ନୂତନ ହୋଇ ଆସିଥିବା ଜିଲ୍ଲାପାଳ ପ୍ରଥମରୁ ହିଁ ଜିଲ୍ଲାର ବିଭିନ୍ନ ଦୁରନ୍ତ ଅଞ୍ଚଳ ମାନଙ୍କୁ ଗସ୍ତ କରି ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ କରି ତ।ଦ୍ୱାରାସରକାର ଙ୍କ ଦ୍ଵାରା ପରିଚାଳିତ ନାନବିଧ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ତଦାରଖ କରି ବିକାଶ ର ଧାରା କୁ ତ୍ବରାନ୍ବିତ କରିବାର ପ୍ରୟାସ ଜାରି ରଖିଛନ୍ତି।ଏହି କ୍ରମରେ ଜିଲାପାଳ ଶ୍ରୀଯୁକ୍ତ ସୋମେଶ କୁମାର ଉପାଧ୍ୟାୟ (ଭା ପ୍ର ସେ) ଅଜିଁ ମାଲକାନଗିରି ଜିଲ୍ଲାର କେ।ରକୁଣ୍ଡ। ବ୍ଲକ୍ ଅନ୍ତର୍ଗତତର୍ଲକୋଟା ପଞ୍ଚାୟତ ରେ ପହଞ୍ଚି ଅଙ୍ଗନବାଡ଼ି କେନ୍ଦ୍ର ଠାରୁ ଆରମ୍ଭ କରି ପି ଏମ ଜନ ଧନ ଯୋଜନା ଓ ବୟସ୍କ ଲୋକଙ୍କର ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ଆଦିକାର୍ଯ୍ୟ କ୍ରମର ସମୀକ୍ଷା କରି, ସେଇଠାରୁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଜରିଆରେ

ହିତାଧୀକାରୀ ମାନଙ୍କୁ ବିଭିନ୍ନ ଯୋଜନା ଗୁଡିକର ସୁବିଧା ଯୋଗାଇ ଦେବାକୁ ନିଷ୍ଠାବାନ ପ୍ରୟାସ କରିଥିଲେ।ଜିଲ୍ଲାପାଳଙ୍କ ଗସ୍ତ ବେଳେ ତାଙ୍କ ସହ କୋରୋକୁଣ୍ଡ। ବ୍ଲକ୍ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅମୂଲ୍ୟ ସାହୁ ଓ ଅନ୍ୟ ଉନ୍ନୟନ ଅଧିକାରୀ ମ।ନେମଧ୍ୟ ଉପସ୍ଥିତ ଥିଲେ।ଜିଲ୍ଲାପାଳଙ୍କ ର ଏହି ପ୍ରକାର ପ୍ରୟାସ ଜନ ସାଧାରଣରେ ସାମାଜିକ ସନ୍ତୋଷ ସୃଷ୍ଟି କରିବାକୁ ସକ୍ଷମ ହୋଇ ପାରିଛି।ଆଶା କରାଯାଏଜିଲ୍ଲାପାଳ ଏହି ସାଧୁ ଉଦ୍ୟମକୁ ଆଗାମୀଦିନ ମାନଙ୍କରେ ମଧ୍ୟ ଜାରି ରଖିବେ, ଯାହା ଫଳରେ ଜିଲ୍ଲାର କୌଣସି ସ୍ଥାନରେ ମଧ୍ୟ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଅପହଞ୍ଚ ରହିବନି।

Leave a Reply

Your email address will not be published. Required fields are marked *