ଏକ ଦିନ-ଏକ ସାଥ-ଏକ ଘଣ୍ଟା’ କାର୍ଯ୍ୟକ୍ରମ ସହିତ ସ୍ୱଚ୍ଛତା ହିଁ ସେବା 2025 ଅଭିଯାନ ଜାରି ରହିଛି

‘ଏକ ଦିନ-ଏକ ସାଥ-ଏକ ଘଣ୍ଟା’ କାର୍ଯ୍ୟକ୍ରମ ସହିତ ସ୍ୱଚ୍ଛତା ହିଁ ସେବା 2025 ଅଭିଯାନ ଜାରି ରହିଛି ପୂର୍ବ ତଟ ରେଳପଥର ସ୍ୱଚ୍ଛତା ହିଁ ସେବା 2025 ଅଭିଯାନ ଆଜି ଭୁବନେଶ୍ୱରର ରେଳ ପ୍ରାଙ୍ଗଣ ପରିସରରେ ଏକ ବିଶେଷ କାର୍ଯ୍ୟକ୍ରମ “ଏକ ଦିନ – ଏକ ସାଥ – ଏକ ଘଣ୍ଟା” (ଗୋଟିଏ ଦିନ – ଗୋଟିଏ ଘଣ୍ଟା – ସ୍ୱଚ୍ଛତା ପାଇଁ ଏକାଠି) ଭାବରେ ନୂତନ ଉତ୍ସାହ ସହିତ ଜାରି ରହିଛି। ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ପରିବେଶ ସୁରକ୍ଷାରେ ସାମୂହିକ ପ୍ରୟାସର ଶକ୍ତି ଉପରେ ଆଲୋକପାତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ, ଶ୍ରୀ ସୋମେଶ କୁମାର, ଅତିରିକ୍ତ ସଦସ୍ୟ (ଟ୍ରାକ୍ସନ), ଅତିରିକ୍ତ ମହାପ୍ରବନ୍ଧକ, ସମସ୍ତ ପ୍ରମୁଖ ବିଭାଗ ମୁଖ୍ୟ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ମାନେ ଉତ୍ସାହୀତ ଭାବରେ ଅଂଶଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମ ସମୟରେ ଅନେକ ପ୍ରଭାବଶାଳୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ଅନ୍ତର୍ଭୁକ୍ତ:• ଆଖପାଖ ପରିସରକୁ ସଫା କରିବା ପାଇଁ ଶ୍ରମଦାନ (ସ୍ୱେଚ୍ଛାକୃତ ସ୍ୱଚ୍ଛତା ଅଭିଯାନ)।• ସବୁଜ ଏବଂ ସୁସ୍ଥ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଚାରା ରୋପଣ।

• ପରିବେଶ ଅନୁକୂଳ ଅଭ୍ୟାସଗୁଡ଼ିକୁ ଉତ୍ସାହିତ କରିବା ପାଇଁ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ କମ୍ପୋଷ୍ଟେବଲ୍ ସାମଗ୍ରୀ ସହିତ ଚାରା ବଣ୍ଟନ।• ପୂର୍ବ ତଟ ରେଳପଥ ର ସାଂସ୍କୃତିକ ଦଳ ଦ୍ୱାରା ପରିଚାଳିତ ଏକ ଜୀବନ୍ତ ନୁକ୍କଡ଼ ନାଟକ (ପଥପ୍ରାନ୍ତ ନାଟକ), ଯାହା ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସ୍ୱଚ୍ଛ ଭାରତ ଅଭିଯାନର ଗୁରୁତ୍ୱ ଉପରେ ବାର୍ତ୍ତା ପ୍ରସାର କରିଥିଲା।ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ୧୭ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ପାକ୍ଷିକ ସ୍ୱଚ୍ଛତା ହିଁ ସେବା ୨୦୨୫ – “ସ୍ୱଚ୍ଛୋତ୍ସବ” ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ୨୦୨୫ ଅକ୍ଟୋବର ୨ ପର୍ଯ୍ୟନ୍ତ ଜାରି ରହିବ। ଏହି ଅଭିଯାନ ପୂର୍ବ ତଟ ର ଅଧିକାରକ୍ଷେତ୍ର ଅନ୍ତର୍ଗତ ରେଳ ଷ୍ଟେସନ, ଟ୍ରେନ, କାର୍ଯ୍ୟାଳୟ, କର୍ମଶାଳା, ଡିପୋ, ହସ୍ପିଟାଲ ଏବଂ ଆବାସିକ କଲୋନୀଗୁଡ଼ିକରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେଉଛି।ପୂର୍ବ ତଟ ରେଳପଥ ଯାତ୍ରୀ, ଅଂଶୀଦାର ଏବଂ ଜନସାଧାରଣଙ୍କୁ ସ୍ୱଚ୍ଛତାର ଏହି ମହୋତ୍ସବରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ପ୍ରେରଣା ଦେଇଆସୁଛି, ଯାହା ଏକ ସ୍ୱଚ୍ଛ, ସବୁଜ ଏବଂ ସୁସ୍ଥ ଭାରତ ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରୁଛି।

Leave a Reply

Your email address will not be published. Required fields are marked *