ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ।

ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ।ଭସାଣି ରେ ଡିଜେ ବଜାଇଲେ ଆଉ ମିଳିବନି ନିସ୍ତାରଚେତାବନୀ ଦେଲେ ପୋଲିସ ତିର୍ତୋଲ ଥାନା ଅନ୍ତର୍ଭୁକ୍ତ ସମସ୍ତ ପୂଜା କମିଟି ଦ୍ୱାରା ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ କିଭଳି ଶାନ୍ତି ଶୃଙ୍ଖଳା ରେ ମା ଙ୍କ ପୂଜା ଅର୍ଚନା, ସାଂସ୍କୃତିକ କାର୍ଯ୍ୟକ୍ରମ, ଭସାଣି ଯାତ୍ରା ଅନୁଷ୍ଠିତ ହେବ ସେ ବିଷୟରେ ତିର୍ତୋଲ ଥାନା ପରିସରରେ ତିର୍ତୋଲ ଥାନା ଆରକ୍ଷୀ ଅଧିକାରୀ ଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥୀଲା। ଏଥିରେ ୧୫ଟି ପୂଜା କମିଟି ର ସଭାପତି ଓ ସମ୍ପାଦକ ଭାଗ ନେଇଥିଲେ। ଏଥିରେ ଆଲୋଚନା ବିଷୟ ବସ୍ତୁ ଥୀଲା ସରକାର ଙ୍କ ନିର୍ଦେଶ କ୍ରମେ ସମସ୍ତ ପୂଜା ମଣ୍ଡପରେ ଭସାଣି ଉତ୍ସବ ବେଳେ ଡିଜେ ସାଉଣ୍ଡ ସମ୍ପୂର୍ଣ୍ଣ ବନ୍ଦ ରହିବ। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଶବ୍ଦ ପ୍ରଦୂଷଣ, ଫାୟାର ପାରିମିଶନ, ଯାତ୍ରା ଓ ଅପେରା ପାଇଁ ତହସିଲ, ଇଲେକ୍ଟ୍ରି ପରିମିଶନ ସରକାରି ଜାଗାରେ ହେଉଥିଲେ ସବକଲେକ୍ଟର ନିକଟରୁ ପରିମିଶନ ଆଦି ବିଭିନ୍ନ ନିୟମ ପାଳନ କରିବାକୁ କୁହାଯାଇଥିଲା। ଯଦି କୌଣସି ପୂଜା ମଣ୍ଡପ ନିୟମ ନ ପାଳନ କରନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭସାଣି ଯାତ୍ରା ରେ ପରାମ୍ପାରିକ ଘଣ୍ଟ ଘଣ୍ଟା, ବାଜା, ବ୍ରାସ ବ୍ରାଣ୍ଡ ଲଗାଇ ଭସାଣି ଯାତ୍ରା ହେବ ।ବଜାର କମିଟି ରାହାମା ଏବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଥିବା ବେଳେ ତିର୍ତୋଲ ଅରକ୍ଷୀ ଅଧିକାରୀଙ୍କୁ ଭେଟି ମା ଙ୍କ ପୂଜା ନିମନ୍ତେ ସରକାରଙ୍କ ନିୟମ ପାଳନ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ବଣିକ ସଙ୍ଘ ସଭାପତି ଶିଶର ଦାସ, ସମ୍ପାଦକ ପ୍ରସନ୍ନ କୁମାର ସାହୁ,ଉପସଭାପତି ଚିନ୍ମୟ ଦାସ,ଆଇନ ଜିବୀ ଗଜେନ୍ଦ୍ର ବିଶ୍ୱାଳ, ଜିତେନ୍ଦ୍ର ବେହେରା ସୌଜନ୍ୟ ମୂଳକ ସାକ୍ଷାତ କରି ନିୟମ ପାଳନ କରିବେ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *