ନୟାପଲ୍ଲୀ ଯୋଗ ଜିଲ୍ଳା ତରଫରୁ ବରମୁଣ୍ଡା କ୍ଷେତ୍ର ଏବଂ ସ୍ଵପ୍ନେଶ୍ୱର କ୍ଷେତ୍ରର ମିଳିତ ଆନୁକୂଲ୍ୟରେ ” ଯୋଗ ଉତ୍ସବ ” ଅନୁଷ୍ଠିତ

ଭୁବନେଶ୍ୱର ତା-୨୫.୦୯.୨୦୨୫ ଭାରତୀୟ ଯୋଗ ସଂସ୍ଥାନ , ନୟାପଲ୍ଲୀ ଯୋଗ ଜିଲ୍ଳା ,ଓଡ଼ିଶା ତରଫରୁ ଭୁବନେଶ୍ୱରସ୍ଥିତ ବରମୁଣ୍ଡା କ୍ଷେତ୍ର ଏବଂ ସ୍ଵପ୍ନେଶ୍ୱର କ୍ଷେତ୍ରର ମିଳିତ ଆନୁକୁଲ୍ୟରେ ଆଜି ” ଯୋଗ ଉତ୍ସବ ” ଅନୁଷ୍ଠିତ ହୋଇଯାଇଛି । ଏକ ସୁସ୍ଥ ଏବଂ ଶାନ୍ତ ପରିବେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସେମାନଙ୍କ ମାନସ ପଟରେ ଯୋଗର ଏକ ସୁନ୍ଦର ଛାପ ଛାଡିବା ସହ ଯୋଗ ପ୍ରତି ଆକୃଷ୍ଟ କରିବା ଏବଂ ଏକ ନିରୋଗ ଏବଂ ଶୃଙ୍ଖଳିତ ସମାଜ ଗଠନରେ ନିଜର ଭୂମିକାକୁ ସୁଦୃଢ କରିବା ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ଯୋଗ ସଂସ୍ଥାନ, ଓଡ଼ିଶା ପ୍ରାନ୍ତ ସଦସ୍ୟା ଶ୍ରୀମତୀ ମଞ୍ଜୁଳା ମିଶ୍ର, ଜିଲ୍ଲା ଅଧିକାରୀ ଶ୍ରୀ ପ୍ରଦୀପ୍ତ ମହାନ୍ତି , ଶ୍ରୀ ଜ୍ୟୋତିର୍ମୟ ରଥ, ଜୟଶ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପ୍ରଦ୍ଵୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ , ବିଭିନ୍ନ ସାଧକ ସାଧିକାମାନଙ୍କ ଦ୍ୱାରା ଯୋଗର ବିଭିନ୍ନ , ଆସନ ,ପ୍ରାଣାୟମ , ଧ୍ୟାନର ଅଭ୍ୟାସ କରାଯିବା ସହ , ଭଜନ, ଯୋଗ ଗୀତ , ଯୋଗର ମହତ୍ତ୍ଵକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ଅବସରରେ କେତେକ ସାଧକ ସାଧିକା ଯୋଗ କରିବା ଦ୍ୱାରା ସେମାନେ କିପରି ଉପକୃତ ହୋଇଛନ୍ତି, ସେ ସଂପର୍କରେ ନିଜ ନିଜର ଅନୁଭୂତି ବଖାଣି ଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ହରପ୍ରିୟା ମହାନ୍ତି ସଞ୍ଚାଳନ କରିଥିଲେ ।

Leave a Reply

Your email address will not be published. Required fields are marked *