ଶାକ୍ତ ପରମ୍ପରା ଓ ଶ୍ରୀକ୍ଷେତ୍ର ଶୀର୍ଷକ ଆଲୋଚନା ଚକ୍ର l
କ୍ଷେତ୍ରlଧିପତିଆଧ୍ୟାତ୍ମିକ ଜ୍ୟୋତିର୍ବାସ୍ତୁ ଗବେଷଣା ପ୍ରତିଷ୍ଠାନର “ଶାକ୍ତ ପରମ୍ପରା ଓଶ୍ରୀକ୍ଷେତ୍ର,” ‘ଶ୍ରୀର୍ଷକ ମାସିକ ଆଲୋଚନା ଚକ୍ର ଜଗନ୍ନାଥ ମଠରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇ ଯାଇଅଛି ଡ଼ଃ ବଳରାମ ଦାଶ ଏଥିରେ ଅଧ୍ୟକ୍ଷତା କରିଥିଲେ lସେ କହିଲେ, ଶlକ୍ତପରମ୍ପରା ଅତି ପ୍ରାଚୀନ l ଭାରତର ବିଭିନ୍ନ ରାଜ୍ୟ ତଥା ଓଡିଶାରେ ଅନେକ ଶାକ୍ତ ପୀଠ ଯଥା ବିରଜା, କଟକ ଚଣ୍ଡୀ, ସମଲେଶ୍ଵରୀ, ମାଣିକେଶ୍ଵରୀ, ବିମଳା ପୀଠ ଆଦି ଅତି ପ୍ରାଚୀନ l ଶ୍ରୀ କ୍ଷେତ୍ରରେ ଦୁର୍ଗା ମାଧବ ଉପାସନା ଅନନ୍ୟ l ଏଠି ଦୁର୍ଗା ଲଷ୍ମୀଙ୍କର ସ୍ୱରୂପ l ସମ୍ପାଦକ ଦୟାନିଧି ଦୟାନିଧି ପଣ୍ଡା ଶ୍ରୀ କ୍ଷେତ୍ରର ବିଭିନ୍ନ ଶାକ୍ତ ପୀଠ ମାହାତ୍ମ୍ୟ ସମ୍ପର୍କରେ ଆଲୋକ ପlତ କରିଥିଲେ l ମୁଖ୍ୟ ଅତିଥି ରୁପେ ବିଶିଷ୍ଟ ସମାଜସେବୀ ସତ୍ୟବାଦୀ ଦାଶ ଯୋଗଦେଇ ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥଙ୍କ ସହିତ ଶାକ୍ତ ପରମ୍ପରା ପ୍ରାଚୀନ କାଳରୁ ଜଡିତ l

ଜଗନ୍ନାଥ ସ୍ୱୟଂ ଶାକ୍ତ ଓ ଅଷ୍ଟଚଣ୍ଡୀମାନେ ଶ୍ରୀକ୍ଷେତ୍ରକୁ ଜଗି ରହିଛନ୍ତି ବୋଲି ମତ ବ୍ୟକ୍ତ କରିଥିଲେ l ମୁଖ୍ୟ ବକ୍ତା ରୁପେ ଡ଼ଃ ପ୍ରମୋଦ କୁମାର ଦଳେଇ, ସମ୍ମାନିତ ଅତିଥି ରୁପେ ପଣ୍ଡିତ ରମାକାନ୍ତ କର ପଣ୍ଡିତ ଟୁକୁନା କୁମାର କର, ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା ଓ ପୂର୍ଣ୍ଣ ଚନ୍ଦ୍ର ସାହୁ ଯୋଗ ଦେଇ ମହାଭାରତ,, ରାମାୟଣ ଓ ପ୍ରାଚୀନ ପୁରାଣ ଶାସ୍ତ୍ର ର ଉଦାହରଣ ଦେଇ ଶକ୍ତି ପୂଜା ଓ ଶାକ୍ତ ପରମ୍ପରା ଓ ଏହାର ପୂଜାର୍ଚ୍ଚନା ସମ୍ପର୍କରେ ବ୍ୟାଖ୍ୟା କରିଥିଲେ l ଆଲୋଚନା ଚକ୍ରରେ ଅନେକ ବକ୍ତା ଅଂଶଗ୍ରହଣ କରିଥିଲେ l କବିତା ରାଣୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l
