ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ

ପ୍ରେସ ନୋଟ୍

ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ ନିମନ୍ତେ ନିଷ୍ପତ୍ତି

ଭୁବନେଶ୍ୱର
୪ ଅକ୍ଟୋବର, ୨୦୨୫

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି।

ଦୁର୍ଗାମେଢ଼କୁ ୩ ଗୋଟି ବର୍ଗରେ ବିଭକ୍ତ କରାଯାଇ ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ।

‘କ’ ବର୍ଗଐତିହ୍ୟ ସମ୍ପନ୍ନ ଦୁର୍ଗାମେଢ଼ – ଏହି ବର୍ଗରେ ୨୧୫ଟି ମେଢ଼କୁ ୨ କୋଟି ୧୭ଲକ୍ଷ ୧୫ ହଜାର ଟଙ୍କା ପ୍ରଦାନ କରାଯିବ। (ପ୍ରତ୍ୟେକ ଐତିହ୍ୟ ସମ୍ପନ୍ନ ମେଢ଼କୁ ୧ ଲକ୍ଷ ୧ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ। )

‘ଖ’ ବର୍ଗ୭୫ ବର୍ଷ ପୁରୁଣା ଦୁର୍ଗାମେଢ଼ – ଏହି ବର୍ଗରେ ୧୯୭ଟି ମେଢ଼କୁ ୧ କୋଟି ୪୭ ଲକ୍ଷ ୭୫ ହଜାର ଟଙ୍କା ପ୍ରଦାନ କରାଯିବ। ( ଏହି ବର୍ଗରେ ପ୍ରତ୍ୟେକ ମେଢ଼କୁ ୭୫ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ। )

‘ଗ’ ବର୍ଗ : ୫୦ ବର୍ଷ ପୁରୁଣା ଦୁର୍ଗାମେଢ଼ – ଏହି ବର୍ଗରେ ୬୭୩ଟି ମେଢ଼କୁ ୩ କୋଟି ୩୬ ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରାଯିବ। (ଏହି ବର୍ଗରେ ପ୍ରତ୍ୟେକ ମେଢ଼କୁ ୫୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ।)

ରାଜ୍ୟର ସମୁଦାୟ ୧ ହଜାର ୮୫ଟି ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି।

ଅମ୍ଳାନ ଦାସ
ଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *